Categories: ଜାତୀୟ

ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ

ଜୟପୁର,୧୪।୭: ଶାସନ ଗାଦିକୁ ନେଇ ରାଜସ୍ଥାନରେ ଚାଲିଥିବା ଲଢେଇ ମଧ୍ୟରେ କଂଗ୍ରେସ ଦଳ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖପ୍ପା ହୋଇଥିବା ଜଣାପଡିଛି। ମଙ୍ଗଳବାର ବିଧାୟକ ଦଳର ବୈଠକ ପରେ ସଚିନ କଂଗ୍ରେସ ଡାକରାକୁ ଅଣଦେଖା କରିବାରୁ ତାଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦ ହରାଇବାକୁ ପଡିଛି। ଏହାସହ ସଚିନଙ୍କୁ ସମର୍ଥନ କରୁଥିବା ମନ୍ତ୍ରୀଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାହାର କରି ଦିଆଯାଇଥିବା ସୂଚନା ମିଳିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଭାବେ ପାଇଲଟଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସରାଙ୍କୁ ନିଯୁକ୍ତ କରାଯାଇଥିବା କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁରଜଓ୍ବୋଲା। ଏହାପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ବିଜୟ ହୋଇଥିବା ଏବେ ଆଲୋଚନା ହେଉଛି। ପାଇଲଟଙ୍କ ସମର୍ଥକ ବିଶ୍ୱେନ୍ଦ୍ର ସିଂ ଓ ରମେଶ ମିଣାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରି ଦିଆଯାଇଥିବା ସୂଚନା ରହିଛି।

Share