Categories: ଜାତୀୟ

କଂଗ୍ରେସରେ ରହି ଲମ୍ବା ଲଢେଇ ଲଢିବାକୁ ଚାହୁଁଛନ୍ତି ପାଇଲଟ!

ଜୟପୁର,୧୭।୭: ରାଜସ୍ଥାନ ରାଜନୀତି ବେଳକୁ ବେଳ ଭିନ୍ନ ମୋଡ ନେବାରେ ଲାଗିଛି। ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିବା ବେଳେ ଏବେ କିନ୍ତୁ ତାଙ୍କୁ ଦଳରୁ କାଢି ଦିଆ ଯିବନାହିଁ ବୋଲି ଜଣାପଡିଛି। ଏହାସହ ତାଙ୍କ ସମର୍ଥକଙ୍କୁ ମଧ୍ୟ ଦଳରୁ ବହିଷ୍କାର କରାଯିବ ନାହିଁ ବୋଲି କୁହାଯାଉଛି। ଏହାକୁ ଦେଖିବା ପରେ ଅନୁମାନ କରାଯାଉଛି କି ପାଇଲଟ ଦଳରେ ରହି ଲମ୍ବା ସମୟ ପର୍ଯ୍ୟନ୍ତ ଲଢେଇ କରିପାରନ୍ତି। କିନ୍ତୁ ପାଇଲଟ ଦଳରେ ରହିବାକୁ ଚାହୁଁ ନ ଥିବା ପ୍ରକାଶ କରିଛନ୍ତି। ଏବେ ପାଇଲଟଙ୍କ ସମର୍ଥକ ନେତାମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବାକୁ ଯୋଜନା ଚାଲିଛି। ପାଇଲଟଙ୍କ ପାଇଁ କଂଗ୍ରେସର ସବୁ ଦ୍ୱାରା ଖୋଲା ରହିଥିବା ଦଳ ପ୍ରକାଶ କରିବା ସହ କେତେଜଣ ବରିଷ୍ଠ ନେତା ଏବେବି ପାଇଲଟଙ୍କୁ ବୁଝାଇବାରେ ଲାଗିଥିବା ଜଣାପଡିଛି। ପୁଣି କଂଗ୍ରେସ ସର୍ତ୍ତ ରଖିଛି ଯେ ପାଇଲଟ ବିନା ସର୍ତ୍ତରେ ଦଳକୁ ଫେରି ଆସନ୍ତୁ ଓ ତାଙ୍କୁ କେନ୍ଦ୍ରୀୟ ଦାୟିତ୍ୱ ଦିଆଯିବ। ପାଇଲଟ ଆଇନର ସରଣ ନେବା ପରେ ଦଳ ପକ୍ଷରୁ ଏଭଳି କରାଯାଉଥିବା କୁହାଯାଉଛି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ରାଜସ୍ଥାନରେ ସରକାର ଭାଙ୍ଗିବାକୁ ଯୋଜନା କରୁଥିବା କଂଗ୍ରେସ ଅଭିଯୋଗ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛି।

Share