Categories: ଜାତୀୟ

ରାଜସ୍ଥାନରେ ଫେଲ୍ ମାରିଲା କଂଗ୍ରେସ, ବଡ଼ ବ୍ୟବଧାନରେ ଜିତିଲେ ସଚ୍ଚିନ ପାଇଲଟ

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନରେ ଦୟନୀୟ ପ୍ରଦର୍ଶନ କରି କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ। ତେବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଟଙ୍କ ବିଧାନସଭା ଆସନରୁ ତାଙ୍କର ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱିଙ୍କୁ ୨୯ ହାଜର ୨୩୭ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନରେ ଭାଜପା ପ୍ରାର୍ଥୀ ଅଜିତ ସିଂହ ମେହଟ୍ଟାଙ୍କ ସହିତ ସଚ୍ଚିନ ପାଇଲଟଙ୍କର କଡା ଟକ୍କର ଦେଖିବାକୁ ମିଳିଥିଲା। ଟଙ୍କ ହେଉଛି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର। ଯାହା ସମସ୍ତଙ୍କ ନଜରର ମତଦାନ ସମୟରୁ ରହିଥିଲା।

ରାଜସ୍ଥାନରେ ବିଜେପି ସରକାର ଗଠନ ପାଇଁ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ରାଜସ୍ଥାନର ଲୋକମାନେ ଦେଇଥିବା ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ। ଏହା ସମସ୍ତଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଫଳାଫଳ। ଏହି ପରାଜୟ ଦର୍ଶାଏ ଯେ ଆମର ଯୋଜନା, ନିୟମ ଏବଂ ନବସୃଜନକୁ ଜନସାଧାରଣଙ୍କ ନିକଟକୁ ନେବାରେ ଆମେ ସମ୍ପୂର୍ଣ୍ଣ ସଫଳ ହୋଇ ନାହୁଁ। ତେବେ ମୁଁ ନୂତନ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି।”

Share