Categories: ଜାତୀୟ

ପାଇଲଟଙ୍କ ପଦଯାତ୍ରା ଶେଷ, ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଲାଗି ଗେହଲଟଙ୍କୁ ଦେଲେ ଚେତାବନୀ

ଜୟପୁର, ୧୫ା୫ : ରାଜସ୍ଥାନର ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସୋମବାର ତାଙ୍କର ୫ ଦିନିଆ ଜନ ସଂଘର୍ଷ ଯାତ୍ରା ପୂରା କରିଛନ୍ତି। ଏହି ସମୟରେ ବସୁନ୍ଧରା ରାଜେଙ୍କ ସରକାର ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ୧୫ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚେତାବନୀ ଦେଇଛନ୍ତି। ଏଥିସହ ପାଇଲଟ ଏହା ବି କହିଛନ୍ତି, ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଦିଆଯାଇଥିବା ସମୟସୀମା ମଧ୍ୟରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ସେ ନିଜ ଦଳର ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରିବେ। ଗେହଲଟ ଚଳିତ ମାସ ଶେଷ ସୁଦ୍ଧା ସେମାନଙ୍କ ଦାବି ମାନିନେବା ଲାଗି ଅସନ୍ତୁଷ୍ଟ ନେତା ପାଇଲଟ ନୋଟିସ ଦେଇଛନ୍ତି। ପଦଯାତ୍ରା ଶେଷଦିନରେ ପାଇଲଟଙ୍କ ସହ ୧୫ କଂଗ୍ରେସ ବିଧାୟକ ଉପସ୍ଥିତ ଥିଲେ।

Share