Categories: ଜାତୀୟ

ସଚିନ କହିଲେ ଛାଡନ୍ତୁ କିଏ କ’ଣ କହିଲେ, ସମସ୍ତେ ଭୋଟ ଗ୍ରହଣର ମହାପର୍ବରେ ସାମିଲ ହୁଅନ୍ତୁ

ଜୟପୁର,୨୫।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳେ ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୭ଟାରୁ ସା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ରାଜ୍ୟରେ ୨୦୦ବିଧାନସଭା ଆସନ ଅଛି କିନ୍ତୁ ୧୯୯ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ବିଧାୟକ ଗୁରୁମିତ ସିଂ କୁନାରଙ୍କ ମୃତ୍ୟୁ କାରଣରୁ କରଣପୁର ଆସନରୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏଥର ମଧ୍ୟ ସେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଗୁରୁବାର ବନ୍ଦ ହୋଇଯାଇଥିଲା।
ରାଜସ୍ଥାନ ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସ ନେତା ସଚିନ ପାଇଲଟ ସମସ୍ତଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ଏହି ସମୟରେ ତାଙ୍କ ବିରୋଧରେ ଦିଆଯାଇଥିବା ବିବୃତ୍ତି ଉପରେ କହିଛନ୍ତି ଯେ କିଏ କ’ଣ କହିଛନ୍ତି ତାକୁ ଭୁଲି, ଆସନ୍ତୁ ସମସ୍ତେ ଏକାଠି ହୋଇ ସରକାର ଗଠନ କରିବା। ରୀତିନୀତି ପରିବର୍ତ୍ତନ କରିବାକୁ ଆମେ ଏଠାକୁ ଆସିଛୁ। ଜନସାଧାରଣଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସବୁଠାରୁ ଗମ୍ଭୀର ଅଟେ। ମୁଁ ନିଶ୍ଚିତ ଯେ ଗତ ୫ବର୍ଷରେ ଜନସାଧାରଣ ଆମର କାର୍ଯ୍ୟ ଦେଖିବେ ଏବଂ ଆମକୁ ବିଜୟୀ କରିବେ।

Share