Categories: ଫୁରସତ

ସଚିନ ଗାଇଲେ ଗୀତ, ଭାଇରାଲ ହେଉଛି ଭିଡିଓ

କଂଗ୍ରେସ ନେତା ସଚିନ ପାଇଲଟ ରାଜ କପୁରଙ୍କ ଲୋକପ୍ରିୟ ଗୀତ ‘ଜିନା ୟାହଁା ମର୍‌ନା ୟାହାଁ’ଗାଇଥିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି।

ଭାଇରାଲ ଏହି ଭିଡିଓ ଜୟପୁରର ଏକ ଲାଇଭ୍‌ କନ୍ସର୍ଟ ଅଟେ। ଏହି ଅଳ୍ପ ସମୟର ଭିଡିଓରେ ସଚିନ ପାଇଲଟ କିଛି ଲୋକଙ୍କ ସହ ମଞ୍ଚରେ ନଜର ଆସିଛନ୍ତି। ତାଙ୍କ ହାତରେ ଏକ ମାଇକ୍‌ ମଧ୍ୟ ଅଛି ଏବଂ ଏହି ସମୟ ମଧ୍ୟରେ ସେ ୧୯୭୦ ମସିହାର ଫିଲ୍ମ ‘ମେରା ନାମ ଜୋକର’ର ଗୀତରୁ କିଛି ଧାଡ଼ି ଗାଉଛନ୍ତି।

 

କୋରରେ ଅଧିକ ଲୋକ ତାଙ୍କ ସହ ତାଙ୍କୁ ସମର୍ଥନ କରୁଥିବା ଦେଖାଯାଏ। ସଚିନ ତାଙ୍କ ପୋଷ୍ଟର କ୍ୟାପଶନରେ ଗୀତର ଲିରିକ୍ସ ଲେଖିଛନ୍ତି, ‘ଜିନା ୟାହାଁ, ମର୍‌ନା ୟାହାଁ, ଏହା ବ୍ୟତୀତ କୁଆଡେ ଯିବ।’ ତାଙ୍କ ସ୍ବରକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଲୋକମାନେ କୁହନ୍ତି, ଏପରି ଏକ ମଜାଳିଆ ସ୍ବର ଶୁଣିବା ପରେ ଲୋକମାନେ ମଧ୍ୟ ତାଙ୍କ ଗୀତର ପ୍ରଶଂସକ ହୋଇଗଲେ। ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ, ଜଣେ ଭଲ ନେତା ହେବା ବ୍ୟତୀତ ସେ ଜଣେ ଭଲ ଗାୟକ ମଧ୍ୟ ଅଟନ୍ତି।

ଜଣେ ୟୁଜର ଲେଖିଛନ୍ତି, ଭଲ ସ୍ବର ସଚିନ ଜୀ, ଅନ୍ୟ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ତୁମର ସ୍ବର ବହୁତ ମିଠା ଅଟେ। ସଚିନଙ୍କ ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରିଛନ୍ତି।

Share