Categories: ଖେଳ

ପନ୍ତଙ୍କୁ ନେଇ ଚିନ୍ତାରେ କ୍ରିକେଟଜଗତ: ସଚିନ-ସେହ୍ବାଗ-ବିରାଟ ଲେଖିଲେ…

ନୂଆଦିଲ୍ଲୀ,୩୦।୧୨: ଭାରତର ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଶୁକ୍ରବାର ଏକ କାର୍‌ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମସ୍ତେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛନ୍ତି। ଏହି କ୍ରମରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହ୍ବାଗଙ୍କ ସମେତ ବିରାଟ କୋହଲି ପନ୍ତଙ୍କ ପାଇଁ ଟୁଇଟ୍‌ କରିଛନ୍ତି।

ସଚିନ କହିଛନ୍ତି, ତୁମର ଶୀଘ୍ର ଆରୋଗ୍ୟ ହେବାର କାମନା କରୁଛି ପନ୍ତ। ମୋ ପ୍ରାର୍ଥନା ତୁମ ସହ ଅଛି।

କୋହଲି କହିଛନ୍ତି, ପନ୍ତ ତୁମେ ଶୀଘ୍ର ସୁସ୍ଥ ହୋଇଯାଅ। ତୁମପାଇଁ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରୁଛି।

ସେହିଭଳି ଭାରତର ପୂର୍ବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ ମଧ୍ୟ ଟୁଇଟ୍‌ କରି କହିଛନ୍ତି, ପନ୍ତଙ୍କ ଶୀଘ୍ର ଆରୋଗ୍ୟର କାମନା କରୁଛି। ବହୁତ ଶୀଘ୍ର ସୁସ୍ଥ ହୋଇଯାଅ।

Share