Categories: ଖେଳ

ଆଉ ଏକ ବିଳାସପୂର୍ଣ୍ଣ କାର କିଣିଲେ ସଚିନ

ନୂଆଦିଲ୍ଲୀ,୨।୬: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ୪.୨୨ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଲାମ୍ବୋର୍ଗିନି ଉରୁସ ଏସ୍‌ ସ୍ପୋର୍ଟସ ଏସ୍‌ୟୁଭି କାର୍‌ କିଣିଛନ୍ତି। ରୋହିତ ଶର୍ମାଙ୍କ ଉରୁସ କାର୍‌ ସହିତ ସଚିନ ସମାନ ରଙ୍ଗର କାର ବାଛିଛନ୍ତି, ଯାହା ଭାରତୀୟ କ୍ରିକେଟ ଦଳର ଜର୍ସି ସହିତ ମେଳ ଖାଉଛି। ସମ୍ଭବତଃ ବିଳାସପୂର୍ଣ୍ଣ ଏସ୍‌ୟୁଭିର ନୂତନ କାର୍‌ର ମାଲିକ ହୋଇଥିବା ସଚିନ ପ୍ରଥମ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରୁ ଜଣେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଗରୁ ମଧ୍ୟ ସଚିନଙ୍କ ଅନେକ ବିଳାସପୂର୍ଣ୍ଣ କାର୍‌ ରହିଛି।
ତଥ୍ୟ ମୁତାବକ, ସଚିନଙ୍କ ‘ବିଏମ୍‌ଡବ୍ଲ୍ୟୁ ୭-ସିରିଜ ଲି’, ‘ବିଏମ୍‌ଡବ୍ଲ୍ୟୁର ଏକ୍ସ୫ଏମ’, ବିଏମ୍‌ଡବ୍ଲ୍ୟୁର ଆଇ୮’ ଏବଂ ବିଏମ୍‌ଡବ୍ଲ୍ୟୁର ୫-ସିରିଜ। ବିଏମ୍‌ଡବ୍ଲ୍ୟୁ ସଚିନଙ୍କ ହେଉଛି ପ୍ରିୟ କାର। ସେ ଭାରତ ପାଇଁ ବିଏମ୍‌ଡବ୍ଲ୍ୟୁର ବ୍ରାଣ୍ଡ୍‌ ଆମ୍ବାସାଡର୍‌ ହେବାର ବହୁ ଆଗରୁ ବ୍ୟକ୍ତିଗତ ଭାବେ ବିଏମ୍‌ଡବ୍ଲ୍ୟୁର ୫-ସିରିଜ କାର୍‌ ବିଦେଶରୁ ମଗାଇଥିଲେ। କିଛି ଦିନ ତଳେ ସଚିନ ମୁମ୍ବାଇରେ ଏକ ଧଳାରଙ୍ଗର ‘ପସ୍‌-୯୧୧ ଟର୍ବୋ ଏସ୍‌’ କାର ଚଳାଇ ଯାଉଥିବା ଦେଖିବାକୁ ମିଳିଥିଲା। ଏପରିକି ସେ ଅନେକ ଥର ମୁମ୍ବାଇ ରାସ୍ତାରେ ‘ପସ୍‌ କେୟିନି ଟର୍ବୋ’ କାର୍‌ ଚଳାଇ ଯାଉଥିବା ଦେଖିବାକୁ ମିଳିଛି।

Share