ଭାରତୀୟ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତରେ ଆକ୍ରାନ୍ତ ହୋଇ କୋଲକତାର ବୁଡଲ୍ୟାଣ୍ଡ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗାଙ୍ଗୁଲିଙ୍କ ସଫଳ ଆଞ୍ଜିଓପ୍ଲାଷ୍ଟି ହୋଇଛି। ଗାଙ୍ଗୁଲି ପୂର୍ବ ଅପେକ୍ଷା ଭଲ ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଛି। ଖବର ଅନୁଯାୟୀ, ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ସୌରାଭ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କୁ ଫୋନ କରି ଦାଦାଙ୍କ ଅବସ୍ଥା ପଚାରିଥିଲେ।ଏକଦିବସୀୟ କ୍ରିକେଟରେ ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ସର୍ବାଧିକ ଭାଗିଦାରୀ ରେକର୍ଡ ରହିଛି। ସଚିନ ଏବଂ ଗାଙ୍ଗୁଲିଙ୍କ ଯୋଡି ଅନ୍ତର୍ଜାତୀୟ କ୍ରିକେଟରେ ୧୭୬ ଇନିଂସରେ ୮,୨୨୭ରନ ଯୋଡିଛନ୍ତି, ଯେଉଁଥିରେ ୨୬ ଥର ଶତକୀୟ ଭାଗିଦାରୀ ମଧ୍ୟ ରହିଛି। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ଲତା ମଙ୍ଗେଶକର ମଧ୍ୟ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଡୋନା ଗାଙ୍ଗୁଲିଙ୍କୁ ଫୋନ କରିଥିଲେ। ଏହାପୂର୍ବରୁ ସଚିନ ତେନ୍ଦୁଲକର ଟୁଇଟ୍ କରି ଗାଙ୍ଗୁଲିଙ୍କ ଶୀଘ୍ର ସୁସ୍ଥତା କାମନା କରିଥିଲେ।
Just got to know about your ailment Sourav.
Hope each passing day brings you closer to a full and speedy recovery! Get well soon. pic.twitter.com/NIC6pFRRdv— Sachin Tendulkar (@sachin_rt) January 2, 2021