Advertisement

ବାପାଙ୍କ ଟଙ୍କା ବର୍ବାଦ କରୁଛନ୍ତି ସାରା ତେନ୍ଦୁଲକର: ସଚିନଙ୍କ ଝିଅଙ୍କୁ କାହିଁକି ଏମିତି କହିଲେ ଏହି ମହିଳା…

ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜାକାଲି ଟ୍ରୋଲରଙ୍କ ଟାର୍ଗେଟରେ ରହିଛନ୍ତି। ସାରା ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ସକ୍ରିୟ। ତାଙ୍କର ବହୁତ ଫ୍ୟାନ୍‌ ଫଲୋଇଙ୍ଗସ୍‌ ମଧ୍ୟ ଅଛନ୍ତି। ନିକଟରେ ସେ ଏକ ପୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ ସାରା ନିଜର ଏକ ଫଟୋ ଶେୟାର କରି କ୍ୟାପଶନରେ ଲେଖିଥିଲେ, ‘@Bluetokaicoffee saves live’।
ସାରାଙ୍କ ଏହି ପୋଷ୍ଟ ଜଣେ ମହିଳାଙ୍କୁ ପସନ୍ଦ ଆସିଲା ନାହିଁ। ତେଣେ ସେ ସାରାଙ୍କ ମଜାକ୍‌ ଉଡାଇବା ସହ ତାଙ୍କୁ ଟ୍ରୋଲ କରିଛନ୍ତି। ସେ କହିଛନ୍ତି, ସାରା ତାଙ୍କ ବାପାଙ୍କ ଟଙ୍କା ବର୍ବାଦ କରୁଛନ୍ତି। ଏହି ମେସେଜ୍‌ ପଢ଼ିବା ପରେ ସାରା ଉକ୍ତ ମହିଳାଙ୍କୁ ଶକ୍ତ ଜବାବ୍‌ ଦେଇଛନ୍ତି। ସେ ଉକ୍ତ ମେସେଜ୍‌ର ସ୍କ୍ରିନ୍‌ଶର୍ଟ ଶେୟାର କରି ଲେଖିଛନ୍ତି, ଯେଉଁ ଟଙ୍କା କଫି ପାଇଁ ଖର୍ଚ୍ଚ ହୋଇଛି, ସେ  ଟଙ୍କାକୁ ସଠିକ୍‌ ଉପଯୋଗ କରିଛନ୍ତି। ଏହାକୁ ବର୍ବାଦ କୁହାଯାଏ ନାହିଁ (ସେ ଯେ କେହିବି ହୁଅନ୍ତୁ ନା କାହିଁକି) ବୋଲି ଲେଖିଛନ୍ତି ।
ତେବେ ସାରାଙ୍କ ପୂର୍ବରୁ ଭାଇ ଅର୍ଜନ ତେନ୍ଦୁଲକରଙ୍କୁ ନେଇ ମଧ୍ୟ ଉକ୍ତ ମହିଳା ମଜାକ୍‌ ଉଡାଇ ସାରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share