ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବିଷୟରେ ଭାଇରାଲ ହୋଇଥିବା କିଛି ଘଟଣା ବିଷୟରେ ଜାଣିବା।
ସାରା ହେଉଛନ୍ତି ସଚିନ ଏବଂ ଅଞ୍ଜଳୀଙ୍କର ବଡ଼ ଝିଅ। ତାଙ୍କର ସାନ ଭାଇ ଅର୍ଜୁନ ତେନ୍ଦୁଲକର, ଯିଏକି ବାପାଙ୍କ ପରି କ୍ରିକେଟ ଜଗତରେ ସାମିଲ ହୋଇସାରିଛନ୍ତି। ଅର୍ଜୁନଙ୍କ କ୍ୟାରିୟର ଏବେ କ୍ରିକେଟର ଆରମ୍ଭ ହୋଇଛି। ଲୋକପ୍ରିୟତା ଦୃଷ୍ଟିରେ ଏବେ ବି ଅର୍ଜୁନ ସାରାଙ୍କ ପଛରେ।
ସାରା ମୁମ୍ବାଇସ୍ଥିତ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରୁ ନିଜର ପାଠ ପଢ଼ା ଶେଷ କରିବା ପରେ ଲଣ୍ଡନ ୟୁନିଭରର୍ସିଟି କଲେଜରେ ନାମ ଲେଖାଇଥିଲେ। ଯେଉଁଠାରୁ ସେ ମେଡିସିନ୍ରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ନାମରେ ଏକ ମଜାଦାର କାହାଣୀ ରହିଛି। କିଛି ରିପୋର୍ଟ ଅନୁଯାୟୀ, ସାହାରା କପ୍ର ଚମତ୍କାର ବିଜୟ ପରେ ସଚିନ ତାଙ୍କ ଝିଅଙ୍କ ନାମ ସାରା ରଖିଥିଲେ। ଉକ୍ତ ମ୍ୟାଚ୍ରେ ସଚିନ ଅଧିନାୟକ ଥିଲେ। ହେଲେ ଏ ନେଇ ସଚିନ କେବେ ହେଲେ ମୁହଁ ଖୋଲି ନାହାନ୍ତି।
–ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମାମଲାରେ ସାରା ବଡ଼ ବଡ଼ କଳାକାରଙ୍କୁ ମଧ୍ୟ ଟକ୍କର ଦେଉଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ୧.୨ ମିଲିୟନ ଫଲୋଅର୍ସ ରହିଛନ୍ତି। ଏଥିରୁ ସାରାଙ୍କ ଲୋକପ୍ରିୟତା ବିଷୟରେ ସ୍ପଷ୍ଟ ବାରିହୋଇ ପଡ଼ୁଛି।
–ସାରା ନିଜର ରିଲେସନଶିପ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହି ସାରିଛନ୍ତି। ରିପୋର୍ଟ ଅନୁଯାୟୀ, ସାରା ଏବଂ କ୍ରିକେଟର ଶୁଭମନ ଗିଲ ପରସ୍ପରକୁ ଡେଟ୍ କରୁଛନ୍ତି। ମାତ୍ର ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କେହି ହେଲେ ମୁହଁ ଖୋଲି ନାହାନ୍ତି।
–ସାରା ଲୋକପ୍ରିୟ ଗାୟକ ତଥା ଗୀତିକାର ଜଷ୍ଟିନ ବିବରଙ୍କର ଜଣେ ବଡ଼ ପ୍ରଶଂସକ। ୭ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୩ରେ ଜଷ୍ଟିନ ସାରାଙ୍କୁ ତାଙ୍କ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଥିଲେ। ସାରା ଜଷ୍ଟିନଙ୍କ ଦ୍ୱାରା କରାଯାଇଥିବା ଜନ୍ମଦିନର ଶୁଭେଚ୍ଛା ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ।
–ସାରାଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ମାତ୍ର ସଚିନ ଏହାକୁ ଖଣ୍ଡନ କରିଥିଲେ। ସାରାଙ୍କର ଅଭିନୟ ପ୍ରତି ସେମିତି କିଛି ବିଚାର ନାହିଁ ବୋଲି ସଚିନ କହିଥିଲେ।