Categories: ଖେଳ

ଅମିତାଭ ବଚ୍ଚନଙ୍କ ପରେ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍‌, ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କଲେ ଜୟ ଶାହା

ନୂଆଦିଲ୍ଲୀ,୮।୯: ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ନଭେମ୍ବର ୧୯ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଏହି ବିଶ୍ୱକପକୁ ସ୍ବତନ୍ତ୍ର କରିବା ପାଇଁ ବିସିସିଆଇ ଏକ ଅଭିଯାନ ଆରମ୍ଭ କରିଛି। ବିଶ୍ୱକପ ଦେଖିବା ପାଇଁ ଦେଶର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କୁ ଆମନ୍ତ୍ରଣ କରିବା ଆରମ୍ଭ କରିଛି ବିସିସିଆଇ। ଏହି ଅଭିଯାନର ନାମ ହେଉଛି ‘ଗୋଲଡେନ ଟିକେଟ୍‌ ଫର୍‌ ଇଣ୍ଡିଆ ଆଇକନ୍ସ’। ଏହା ଅଧୀନରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭେଟେରାନମାନଙ୍କୁ ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ଗୋଲଡେନ ଟିକେଟ୍‌ ଦିଆଯାଉଛି। ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରେ କ୍ରିକେଟର ଗଡ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମ ମଧ୍ୟ ସାମିଲ ହୋଇଛି।

Share