Categories: ଖେଳ

କ୍ରିକେଟ ବିଶ୍ୱକପ୍‌ ୨୦୨୩ର ଗ୍ଲୋବାଲ ଆମ୍ବାସାଡାର ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୪।୧୦: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପ୍‌ ୨୦୨୩ ଲାଗି ଗ୍ଲୋବାଲ୍‌ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ତେବେ ସଚିନ ୫ ଅକ୍ଟୋବର,୨୦୨୩ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌ର ଓପନିଂ ପୂର୍ବରୁ ଟୁର୍ନାମେଣ୍ଟର ଟ୍ରଫିକୁ ଧରି ଚାଲୁୁଥିବା ଦେଖାଯିବ। ଏପରିକି ସେ ଟୁର୍ନାମେଣ୍ଟ ଆରମ୍ଭ ହେବା ନେଇ ମଧ୍ୟ ଘୋଷଣା କରିବେ।

ତେନ୍ଦୁଲକର କହିଛନ୍ତି, ୧୯୮୭ରେ ଜଣେ ବଲ୍‌ ବଏଠାରୁ ବିଶ୍ୱକପ୍‌ର ୬ ସଂସ୍କରଣରେ ଦେଶର ପ୍ରତିନିଧିତ୍ୱ କରିବା… ମୋର ହୃଦୟରେ ବିଶ୍ୱକପ୍‌କୁ ନେଇ ସର୍ବଦା ସ୍ବତନ୍ତ୍ର ସ୍ଥାନ ରହିଆସିଛି। ନିଜ କ୍ରିକେଟ କ୍ୟାରିୟରରେ ୨୦୧୧ରେ ବିଶ୍ୱକପ୍‌ ଜିତିବା ମୋ ଲାଗି ସବୁଠାରୁ ଅଧିକ ଗର୍ବର ସମୟ ଥିଲା ବୋଲି ସେ କହିଛନ୍ତି।

Share