Categories: ଖେଳ

ତେନ୍ଦୁଲକରଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍‌ ସେମିଫାଇନାଲ ଖେଳିବେ ଏହି ୪ ଟିମ୍‌…

ନୂଆଦିଲ୍ଲୀ,୧୯।୧୦: ଟି୨୦ ବିଶ୍ୱକପ୍‌କୁ ନେଇ ଆରମ୍ଭ ହେଲାଣି ଗଣନା। ସମସ୍ତ କ୍ରିକେଟର ନିଜର ପସନ୍ଦର ଟିମ୍‌କୁ ଫାଇନାଲରେ ଦେଖିବାକୁ ଚାହାନ୍ତି। ଏହି କ୍ରମରେ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ଭାରତୀୟ ଟିମ୍‌ ବିଶ୍ୱକପ୍‌ ବିଜେତା ହେଉ ବୋଲି ଚାହୁଁଥିବା କହିଛନ୍ତି। ଏଥିସହ ସେ ଟୁର୍ନାମେଣ୍ଟର ୪ ସେମିଫାଇନାଲିଷ୍ଟକୁ ମଧ୍ୟ ବାଛିଛନ୍ତି। ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିପାରନ୍ତି ବୋଲି ସେ ଭବିଷ୍ୟବାଣୀ କରିଛନ୍ତି।

ସ୍ପୋର୍ଟଷ୍ଟାରକୁ ସଚିନ କହିଛନ୍ତି, ‘ମୁଁ ଚାହୁଁଛି ଭାରତ ଚାମ୍ପିୟନ ହେଉ। କିନ୍ତୁ ମୋର ଶ୍ରେଷ୍ଠ ୪ ଟିମ୍‌ ହେଉଛି ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ। ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଡାର୍କ ହର୍ସ କାରଣ ସେମାନେ ପରିସ୍ଥିତି ଜାଣିଛନ୍ତି। ଉଭୟ ଟିମ୍‌ଠାରୁ ବାକି ଟିମ୍‌କୁ ସତର୍କ ରହିବାର ଆବଶ୍ୟକତା ରହିଛି। ଏମାନେ ପଛ ଦ୍ୱାର ଦେଇ ପ୍ରବେଶ କରିପାରନ୍ତି ବୋଲି ସେ କହିଛନ୍ତି।

କହିରଖୁଛୁ, ଭାରତ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ। ଦଳ ୨୦୦୭ରେ ଶେଷ ଥର ପାଇଁ ବିଶ୍ୱକପ୍‌ ଟାଇଟଲ ଜିତିଥିଲା। ସେତେବେଳେ ଭାରତ ଫାଇନାଲରେ ଚିର-ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଥିଲା।

Share