ଅହମ୍ମଦାବାଦ,୨୫।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଲଂଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳ ଜାରି ରହିଛି। ଏହି ଦିବାରାତ୍ର ମ୍ୟାଚ୍ର ପ୍ରଥମ ଦିନରେ ଚମକିଛନ୍ତି ଭାରତୀୟ ବୋଲର୍ ଅକ୍ଷର ପଟେଲ। ପ୍ରଥମ ପାଳିରେ ସେ ୨୧.୪ ଓଭର ବୋଲିଂ କରିଥିବା ବେଳେ ୬ ମେଡେନ୍ ସହ ୩୮ ରନ୍ ଦେଇ ୬ ଉଇକେଟ ନେଇଥିଲେ। ଏହା କ୍ରିକେଟରଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଲଟିଛି। ଏଥିପାଇଁ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ୧୧୨ରନ୍ରେ ସମସ୍ତ ଉଇକେଟ ହରାଇଥିଲା।
ଅକ୍ଷରଙ୍କ ଉଲ୍ଲେଖନୀୟ ବୋଲିଂକୁ କ୍ରିକେଟର ଭଗବାନ ସଚିନ୍ ତେନ୍ଦୁଲକର ମଧ୍ୟ ଟୁଇଟ୍ କରି ପ୍ରଶଂସା କରିଛନ୍ତି। ସ୍ପିନର ଭାବେ ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କୁ ପ୍ରଥମେ ବୋଲିଂ ଲାଗି କହିଥିଲେ। ଏହାପରେ ଖେଳ ସମାପ୍ତ ହେବା ପୂର୍ବରୁ ଅକ୍ଷର ଏକ ଓଭରରେ ଗୋଟିଏ ଉଇକେଟ ନେଇ କୌଣସି ରନ୍ ଦେଇ ନ ଥିଲେ। ସଚିନ ଟୁଇଟ୍ କରି ଏହାକୁ ମ୍ୟାଚ୍ର ଏଯାବତର ସବୁଠାରୁ ଭଲ ଓଭର ବୋଲି କହିଥିଲେ।
What an over from @akshar2026. Best one of the match so far.#INDvENG
— Sachin Tendulkar (@sachin_rt) February 24, 2021