Categories: ଖେଳ

ଗୁରୁପୂର୍ଣ୍ଣିମାରେ ଏହି ୩ ବ୍ୟକ୍ତିଙ୍କୁ ମନେ ପକାଇଲେ ସଚିନ

କ୍ରିକେଟରେ ଅନେକ ରେକର୍ଡ ଭାଙ୍ଗିଥିବା ସଚିନ ତେନ୍ଦୁଲକର ରବିବାର ଗୁରୁପୂର୍ଣ୍ଣିମା ଅବସରରେ ଏକ ଭିଡିଓ ଶେୟାର ନିଜ ଗୁରୁଙ୍କୁ ସଲାମ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଚିନ ଗୁରୁ, ଶିକ୍ଷକ ଏବଂ ବରିଷ୍ଠ କ୍ରିକେଟରଙ୍କୁ ମନେ ପକାଇ କହିଛନ୍ତି, ମଁୁ ସେହି ୩ ଲୋକଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି ଯେଉଁମାନଙ୍କ ପାଇଁ ଆଜି ମୁଁ ଏହି ଶିଖରରେ ପହଞ୍ଚିଛି। ଏହି ୩ ବ୍ୟକ୍ତି ହେଉଛନ୍ତି ମୋ ଭାଇ ଅଜିତ ତେନ୍ଦୁଲକର ଯିଏ ମୋତେ ରମାକାନ୍ତ ଆଚ୍ରେକର ସାର୍‌ଙ୍କ ପାଖକୁ ନେବାର ନିଷ୍ପତ୍ତି ନେଇଥିଲେ। କୋଚ ରମାକାନ୍ତ ଆଚ୍ରେରକର ମୋର ଦ୍ୱିତୀୟ ଗୁରୁ ଏବଂ ପିତା ରମେଶ ତେନ୍ଦୁଲକର ମୋ ତୃତୀୟ ଗୁରୁ ବୋଲି ସଚିନ କହିଛନ୍ତି। ଏହି ୩ ବ୍ୟକ୍ତିଙ୍କ ବିନା ମୋ ଜୀବନ ଅଧୁରା ବୋଲି ସେ କହିଛନ୍ତି।

Share