୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍ସିଜି)ରେ ଖେଳାଯାଇଥିଲା। ଏହି ନଟ୍ଆଉଟ୍ ମ୍ୟାଚ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍ କରି ଇନିଂସ ଖେଳିଥିଲେ। ତେନ୍ଦୁଲକରଙ୍କ ଏହି ଇନିଂସ ଯୋଗୁ ଭାରତ ଅଷ୍ଟ୍ରେଲିଆ ଏହି ସିରିଜ୍ ୧-୧ରେ ଡ୍ର ରହିିଥିଲା। ବ୍ରିସ୍ବେନ୍, ଆଡିଲେଡ୍ ଏବଂ ମେଲବର୍ଣ୍ଣରେ ପ୍ରଥମ ୩ଟି ଟେଷ୍ଟ ଖେଳାଯାଇଥିଲା। ତେନ୍ଦୁଲକର ଏହି ୩ଟି ମ୍ୟାଚ୍ରେ ୦, ୧, ୩୭, ୦ ଏବଂ ୪୪ ରନ୍ ସ୍କୋର କରିଥିଲେ। ତେବେ ଏହି ସମୟର ଅର୍ଥାତ୍ ୧୬ ବର୍ଷ ପୂର୍ବର ଏକ ରାଜ୍ ଖୋଲିଛନ୍ତି ତେନ୍ଦୁଲକର। ସେ କହିଛନ୍ତି ଯେ, ସେହି ମ୍ୟାଚ୍ ଚାଲିଥିବା ସମୟରେ ୫ ଦିନ ପର୍ଯ୍ୟନ୍ତ ସେ କେବଳ ଗୋଟିଏ ଗୀତ ଗାଇଥିଲେ।
ଗୀତଟି ଥିଲା, ବ୍ରାଏନ୍ ଆଡାମସ୍ଙ୍କ ସମର ଅଫ୍ ୬୯। ଡ୍ରେସିଂ ରୁମ୍ରେ, ଯାତ୍ରା କରିବା ସମୟରେ, ବ୍ୟାଟିଂ ବେଳେ, ମଧ୍ୟାହ୍ନ ଭୋଜନ, ଚା’ ସମୟ, ହୋଟେଲକୁ ଯିବା-ଆସିବା ଆଦି ସବୁ ସମୟରେ ସେ ଏହି ଗୀତକୁ ଶୁଣୁଥିଲେ ଏବଂ ଗାଉଥିଲେ ବୋଲି କହିଛନ୍ତି।