Categories: ଖେଳ

୫ ଦିନ ପର୍ଯ୍ୟନ୍ତ ଏହି ଗୀତ ଶୁଣିଥିଲେ ତେନ୍ଦୁଲକର: ମାରିଥିଲେ ଦ୍ୱିଶତକ

୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍‌ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ଖେଳାଯାଇଥିଲା। ଏହି ନଟ୍‌ଆଉଟ୍‌ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍‌ କରି ଇନିଂସ ଖେଳିଥିଲେ। ତେନ୍ଦୁଲକରଙ୍କ ଏହି ଇନିଂସ ଯୋଗୁ ଭାରତ ଅଷ୍ଟ୍ରେଲିଆ ଏହି ସିରିଜ୍‌ ୧-୧ରେ ଡ୍ର ରହିିଥିଲା। ବ୍ରିସ୍‌ବେନ୍‌, ଆଡିଲେଡ୍‌ ଏବଂ ମେଲବର୍ଣ୍ଣରେ ପ୍ରଥମ ୩ଟି ଟେଷ୍ଟ ଖେଳାଯାଇଥିଲା। ତେନ୍ଦୁଲକର ଏହି ୩ଟି ମ୍ୟାଚ୍‌ରେ ୦, ୧, ୩୭, ୦ ଏବଂ ୪୪ ରନ୍‌ ସ୍କୋର କରିଥିଲେ। ତେବେ ଏହି ସମୟର ଅର୍ଥାତ୍‌ ୧୬ ବର୍ଷ ପୂର୍ବର ଏକ ରାଜ୍‌ ଖୋଲିଛନ୍ତି ତେନ୍ଦୁଲକର। ସେ କହିଛନ୍ତି ଯେ, ସେହି ମ୍ୟାଚ୍‌ ଚାଲିଥିବା ସମୟରେ ୫ ଦିନ ପର୍ଯ୍ୟନ୍ତ ସେ କେବଳ ଗୋଟିଏ ଗୀତ ଗାଇଥିଲେ।
ଗୀତଟି ଥିଲା, ବ୍ରାଏନ୍‌ ଆଡାମସ୍‌ଙ୍କ ସମର ଅଫ୍‌ ୬୯। ଡ୍ରେସିଂ ରୁମ୍‌ରେ, ଯାତ୍ରା କରିବା ସମୟରେ, ବ୍ୟାଟିଂ ବେଳେ, ମଧ୍ୟାହ୍ନ ଭୋଜନ, ଚା’ ସମୟ, ହୋଟେଲକୁ ଯିବା-ଆସିବା ଆଦି ସବୁ ସମୟରେ ସେ ଏହି ଗୀତକୁ ଶୁଣୁଥିଲେ ଏବଂ ଗାଉଥିଲେ ବୋଲି କହିଛନ୍ତି।

Share