Categories: ଖେଳ

୫୦ ବର୍ଷରେ ପାଦ ଥାପିଲେ ସଚିନ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଜି ଅର୍ଥାତ୍‌ ଏପ୍ରିଲ ୨୪ରେ ଜନ୍ମଦିନ। ସଚିନ ଆଜି ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ବିଶ୍ୱର କୋଣ ଅନୁକୋଣରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ। ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଭାବରେ ଜଣାଶୁଣା ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୩୪୦୦୦ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି। ୧୦୦ଟି ଅନ୍ତର୍ଜାତୀୟ ଶତକ ପାଇଁ ରେକର୍ଡ କରି କରିଛନ୍ତି। ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ଭାରତ ରତ୍ନ’ ସମେତ ଅନେକ ପୁରସ୍କାର ଏବଂ ପ୍ରଶଂସା ସହିତ ତାଙ୍କୁ ସମ୍ମାନିତ କରାଯାଇଛି। ଆଜିର ଏହି ଖାସ୍‌ ଦିନରେ ସଚିନଙ୍କ ବିଷୟରେ ଜାଣନ୍ତୁ କିଛି କଥା…

ସଚିନ ୧୯୯୦ରେ ମୁମ୍ବାଇ ବିମାନବନ୍ଦରରେ ପ୍ରଥମ ଥର ପାଇଁ ଅଞ୍ଜଳିଙ୍କୁ ଭେଟିଥିଲେ। ସେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା। ସଚିନ ୨୨ ବର୍ଷ ବୟସରେ ବିବାହ କରିଥିଲେ।
ତାଙ୍କ ପିତା ରମେଶ ତେନ୍ଦୁଲକର ତାଙ୍କୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ସଚିନ ଦେବ ବର୍ମନଙ୍କ ନାମରେ ନାମିତ କରିଥିଲେ। ସଚିନଙ୍କ ପ୍ରଥମ କାର ଥିଲା ମାରୁତି-୮୦୦।

୧୯୯୦ରେ ସେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଅଧିକନ୍ତୁ ମାଷ୍ଟର ବ୍ଲାଷ୍ଟର ତାଙ୍କର ୨୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ନଭେମ୍ବର୨୦୧୩ରେ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଥିଲେ।ସେ ମୋଟ ୬୬୪ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଖେଳି ୩୪୩୫୭ ରନ୍‌ ସ୍କୋର କରିଥିଲେ। ନିକଟରେ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ (MI) ପାଇଁ ଆଇପିଏଲ ଡେବ୍ୟୁ ବି କରିଛନ୍ତି। ସଚିନ ୨୦୦୮ରୁ ଫ୍ରାଞ୍ଚାଇଜ ସହିତ ଜଡ଼ିତ ଥିଲେ।

Share