ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍ ସକ୍ରିୟ। ନିକଟରେ ସଚିନ ୫୬୦ ଆଦିବାସୀ ପିଲାଙ୍କୁ ସାହାଯ୍ୟ କରିଛନ୍ତି। ମଧ୍ୟପ୍ରଦେଶର ସିହୋର ଜିଲାର କେତେକ ଗ୍ରାମରେ ଏକ ଏନ୍ଜିଓ ସହାୟତାରେ ସେବା କୁଟୀର ନିର୍ମାଣ କରି ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କୁ ସହାୟତା ଦେଉଛନ୍ତି। ସେହୋର ଜିଲାର ସେୱାନିଆ, ବିଲପତି, ଖାପା, ନୟାପୁରା ଏବଂ ଜାମୁନଝିଲ ଗାଁର ପିଲାମାନଙ୍କୁ ତେନ୍ଦୁଲକରଙ୍କ ସଂଗଠନ ପୁଷ୍ଟିକର ଖାଦ୍ୟ ଏବଂ ଶିକ୍ଷା ଯୋଗାଇ ଦେଉଛି। ଏହି ପିଲାମାନେ ମୁଖ୍ୟତଃ ବରେଲା ଭିଲ ଏବଂ ଗୋଣ୍ଡ ଜନଜାତିର ଅଟନ୍ତି। ସଚିନ ତେନ୍ଦୁଲକରଙ୍କ ଏହି ପଦକ୍ଷେପ ଯୋଗୁ ସେଠାକାର ପିଲାମାନେ ବହୁତ୍ ଖୁସି ବ୍ୟକ୍ତି କରିଛନ୍ତି। ୟୁନିସେଫର ଜଣେ ଶୁଭେଚ୍ଛୁ ରାଷ୍ଟ୍ରଦୂତ ଭାବରେ ତେନ୍ଦୁଲକର ନିୟମିତ ଭାବରେ ପିଲାମାନଙ୍କର ପ୍ରାଥମିକ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ କାମ କରୁଛନ୍ତି।