Categories: ଖେଳ

କ୍ରିକେଟ ଜୀବନର ଶ୍ରେଷ୍ଠ ଦିନ ବାଛିଲେ ସଚିନ

ନୂଆଦିଲ୍ଲୀ,୧୬।୫ : କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ରବିବାର ୨୦୧୧ ବିଶ୍ୱକପ୍‌ ବିଜୟୀକୁ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ଦିନ ଭାବେ ଅଭିହିତ କରିଛନ୍ତି। କାରଣ ବିଶ୍ୱକପ୍‌ ସହ ପୂରା ହୋଇଥିଲା ତାଙ୍କ ଦୀର୍ଘ ଦିନର ସ୍ବପ୍ନ। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ହାତେଇଥିଲା ୨୦୧୧ ଆଇସିସି ବିଶ୍ୱକପ୍‌। ଏହା ଥିଲା ଭାରତର ଦ୍ୱିତୀୟ ବିଶ୍ୱକପ୍‌। ଏହି ଟୁର୍ନାମେଣ୍ଟରେ ସଚିନ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ ଶତକ।

୧୯୮୩ରେ କପିଳ ଦେବ ବିଶ୍ୱକପ୍‌ ଜିତିବା ଦେଖିଥିଲି, ତାହା ମୋ ପାଇଁ ଚମତ୍କାର ଅନୁଭୂତି ଥିଲା। ବାଟରେ ଯାହା ବି ଆସୁ, ବିଶ୍ୱକପ୍‌ ହାତେଇବାର ସ୍ବପ୍ନ ଉପରେ ହିଁ ଧ୍ୟାନ ଦେବାକୁ ନିଷ୍ପତ୍ତି ନେଇଥିଲି। ଏହା ଥିଲା ମୋ ଜୀବନର ଶ୍ରେଷ୍ଠ ଦିନ। ବହୁତ କମ୍‌ ସଫଳତା ଅଛି, ଯାହାକୁ ପୂରା ଦେଶ ଉତ୍ସବ ଭଳି ପାଳନ କରେ। କେବଳ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତିଥିଲା, ତା’ ନୁହେଁ ପୂରା ଦେଶ ଜିତିଥିଲା। ଏହା ଆମେ କରିଛୁ ବୋଲି ଅନଏକାଡେମୀ ସେସନରେ ସଚିନ କହିଛନ୍ତି।

Share