Categories: ଖେଳ

ପଡ଼ିଆ ବାହାରେ ବି ବଡ଼ ଉପଲବ୍ଧି ହାସଲ କଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୧୭।୫: ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରିଥିବା ସଚିନ ତେନ୍ଦୁଲକରଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ସେ କ୍ରମାଗତ ୨୦ ବର୍ଷ ପାଇଁ ୟୁନିସେଫର ‘ଗୁଡ୍‌ଓ୍ବିଲ୍‌ ଆମ୍ବାସାଡାର’ ହୋଇଛନ୍ତି। ସେ ପିଲାମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି। ଏ ସମ୍ପର୍କରେ ସଚିନ ତାଙ୍କ ଟୁଇରେ କହିଛନ୍ତି ଯେ, ସେ ଏହାର ପରବର୍ତ୍ତୀ ପର୍ଯ୍ୟାୟକୁ ବହୁତ ଅପେକ୍ଷା କରିଛନ୍ତି। ୟୁନିସେଫ ସହିତ ବର୍ଷ ବର୍ଷ ଧରି କାମ କରିବା ଅତ୍ୟନ୍ତ ଖୁସିର ବିଷୟ। ଟିମ୍‌ ଦ୍ୱାରା କରାଯାଇଥିବା ପ୍ରଭାବଶାଳୀ କାର୍ଯ୍ୟ ସବୁ ଗୋଟିଏ ଗୋଟିଏ ସ୍ମୃତି। ପିଲାମାନଙ୍କର ସ୍ବପ୍ନକୁ ଡେଣା ଦେବା ଦିଗରେ କରାଯାଇଥିବା ପ୍ରୟାସଗୁଡ଼ିକ ଅତ୍ୟନ୍ତ ସନ୍ତୋଷଜନକ ଅଟେ। ସହଭାଗୀତାର ପରବର୍ତ୍ତୀ ପର୍ଯ୍ୟାୟକୁ ଅପେକ୍ଷା।
ସଚିନ ଦୀର୍ଘ ଦିନ ଧରି ୟୁନିସେଫର ବିଭିନ୍ନ ଅଭିଯାନ ସହିତ ଜଡିତ ଅଛନ୍ତି। ଭାରତରେ ପୋଲିଓ ମୁକ୍ତ ବିଷୟରେ ସଚେତନତା ସୃଷ୍ଟି ତଥା ପ୍ରସାର କରିବା ପାଇଁ ସେ ୨୦୦୩ ରେ ପ୍ରଥମ ଥର ପାଇଁ ୟୁନିସେଫ୍‌ର ‘ଗୁଡ୍‌ଓ୍ବିଲ୍‌ ଆମ୍ବାସାଡାର’ ହୋଇଥିଲେ।

Share