Posted inଖେଳ

ୟୁନିସେଫ୍‌ର ଆଞ୍ଚଳିକ ଗୁଡ୍‌ଓ୍ବିଲ ଆମ୍ବାସାଡର ହେଲେ ସଚିନ୍‌

କଲମ୍ବୋ,୮ା୮: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କୁ ୟୁନିସେଫର ଗୁଡ୍‌ଓ୍ବିଲ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ସଚିନ୍‌ ଦୁଇଟି ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ଏହା ପୂର୍ବରୁ ୨୦୧୩ରେ ତାଙ୍କୁ ଦକ୍ଷିଣ ଏସୀୟ ଅଞ୍ଚଳ ପାଇଁ ସ୍ବଚ୍ଛତା ଓ ପରିଚ୍ଛନ୍ନତା ମିଶନର ଆମ୍ବାସାଡର ନିଯୁକ୍ତ କରାଯାଇଥିଲା। ସଚିନ୍‌ ଦକ୍ଷିଣ ପଶ୍ଚିମ ସାବରାଗାମୁଓ୍ବା ପ୍ରଦେଶର କେଗାଲେ ଜିଲାସ୍ଥିତ ଦୁଇ ସ୍କୁଲକୁ ଭ୍ରମଣ କରିଥିଲେ। ଏହି ଗସ୍ତ ସମୟରେ ପ୍ରାଇମେରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କ ସହ ସେ ଆଲୋଚନା କରିଥିଲେ। ଏହା ସହିତ ଉଭୟ ବାଳକ ଓ ବାଳିକାଙ୍କ ସହ କିଛି ସମୟ କ୍ରିକେଟ ମଧ୍ୟ ଖେଳିଥିଲେ ତେନ୍ଦୁଲକର। ସଚିନ୍‌ଙ୍କ ପରି ଜଣେ କିମ୍ବଦନ୍ତୀ ଆମର ସ୍କୁଲକୁ ଆସିବା ଏକ ଗୌରବମୟ ମୁହୂର୍ତ୍ତ ବୋଲି ରାଜ୍ୟପାଳ ନବୀନ ଦିଶାନାୟକେ ପ୍ରକାଶ କରିଛନ୍ତି। ଦିଶାନାୟକେ ଟୁଇଟରରେ ଏକ ଫଟୋ ପୋଷ୍ଟ କରି ଏହି ଖବର ଶେୟାର କରିଛନ୍ତି। ମଙ୍ଗଳବାର କଲମ୍ବୋସ୍ଥିତ ସିନାମନ୍‌ ଲେକ୍‌ ସାଇଡ ସ୍କୁଲରେ ସଚିନ୍‌ ଏକ ଆଲୋଚନାଚକ୍ରରେ ଭାଗ ନେବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL Auction: ଏହି ସମସ୍ତ ଷ୍ଟାର ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍

ଜେଦାହ,୨୪ା୧୧: ଇଣ୍ଡିଆନ ପରିମିୟର ଲିଗ୍ (ଆଇପିଏଲ) ୨୦୨୫ ସିଜିନ୍ ମେଗା ନିଲାମୀରେ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଯାଇଛି। ଋଷଭ ପନ୍ତ ଆଇପିଏଲ ଇତିହାସର ସବୁଠୁ...

ଟ୍ରେଣ୍ଟ ବୋଲ୍ଟଙ୍କ ଲାଗି ଟଙ୍କା ବର୍ଷା କଲା ମୁମ୍ବାଇ: ସାମୀ, ନଟରାଜନ, ଜୋଫ୍ରା ଅର୍ଚ୍ଚରଙ୍କୁ କିଣିଲେ ଏହି ଟିମ୍

ଜେଦାହ,୨୪ା୧୧: ରବିବାର ସାଉଦି ଆରବର ଜେଦାହରେ ଅନୁଷ୍ଠିତ ମେଗା ଅକ୍ସନରେ ବିଦେଶୀ ଖେଳାଳିଙ୍କ ଚାହିଦାକୁ ଫିକା କରି ଦେଇଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଦଳର ଉଇକେଟ...

ପୁଣି ଧୋନୀଙ୍କ ସହିତ ଖେଳିବେ ଅଶ୍ୱିନୀ: ଏହି ତିନି ବଡ଼ ଖେଳାଳିଙ୍କୁ ଦଳରେ ସାମିଲ କଲା ଚେନ୍ନାଇ

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ପୁଣିଥରେ ଦଳରେ ସାମିଲ କରିଛି। ରବିବାର ଅନୁଷ୍ଠିତ ନିଲାମୀରେ ଟିମ୍ ଅଶ୍ୱିନୀଙ୍କୁ ୯.୭୫ କୋଟି...

ବାରମ୍ବାର ଅନୁଷ୍କାଙ୍କୁ ଦେଖାଇବା ଯୋଗୁ ରାଗିଗଲେ ପ୍ରଶଂସକ

ପର୍ଥ,୨୪।୧୧: ପର୍ଥରେ ଗର୍ଜିଛି ବିରାଟଙ୍କ ବ୍ୟାଟ୍‌। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁକାବିଲାର ତୃତୀୟ ଦିନରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି। ଏହି ସମୟରେ ମଇଦାନରେ...

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ମିଳିଲା ନୂଆ ଟିମ୍‌, ୭ ଗୁଣା ଦାମ୍‌ ଦେଇ କିଣିଲା…

ଦୁବାଇ,୨୪।୧୧: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ମିଲରଙ୍କୁ ନୂଆ ଟିମ୍‌ ମିଳିଛି। ତାଙ୍କର ବେସ୍‌ ପ୍ରାଇସ୍‌ ଦେଢ଼ କୋଟି ଟଙ୍କା ଥିଲା। ଏହି ଖେଳାଳିଙ୍କୁ...

ଅକ୍ସନରେ ଚହଲଙ୍କୁ ନେବାକୁ ଟଣାଓଟରା: ୯ ଗୁଣା ଅଧିକ ଦାମ୍‌ ଦେଇ କିଣିନେଲା ଏହି ଟିମ୍‌…

ଦୁବାଇ,୨୪।୧୧:ଆଇପିଏଲ୍‌ର ସବୁଠାରୁ ସଫଳ ବୋଲର୍‌ ଯୁଜବେନ୍ଦ୍ର ଚହଲଙ୍କୁ ମେଗା ଅକ୍ସନରେ ରାଜସ୍ଥାନ ରୟାଲ୍ସ ରିଟେନ୍‌ କରି ନ ଥିଲା। ଏମିତିରେ ସେ ମେଗା ଅକ୍ସନକୁ ଫେରିଥିଲେ।...

ନିଲାମ ଡାକିଲା ଆର୍‌ସିବି, ଦିଲ୍ଲୀ ଓହରିବା ପରେ ପନ୍ତଙ୍କୁ କିଣିଲା ଏହି ଟିମ୍‌

ଦୁବାଇ,୨୪।୧୧: ଆଇପିଏଲ୍‌ ୨୦୨୫ ନିଲାମରେ ଋଷଭ ପନ୍ତଙ୍କ କ୍ରେଜ୍‌। ଜୋରଦାର ନିଲାମ ଡାକରା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଛି।...

IPL Mega Auction 2025 Live: ଶ୍ରେୟାସଙ୍କୁ ଟପିଗଲେ ପନ୍ତ, ଚହଲ-ଶାମି-ସିରାଜଙ୍କୁ କିଣିଲା…

ଦୁବାଇ,୨୪।୧୧: ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୫ ଲାଗି ନିଲାମ ରବିବାର ଅନୁଷ୍ଠିତ ହେଉଛି। ଏଥିରେ ୫୭୭ ଖେଳାଳି ନିଜର ଭାଗ୍ୟ ପରୀକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri