Categories: ଖେଳ

ପୁଅଙ୍କୁ ପଡ଼ିଆରେ ଦେଖି କାନ୍ଦିଲେ ସଚିନ

ମୁମ୍ବାଇ: ଆଇପିଏଲ ୨୦୨୩ର ୨୫ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଶେଷ ହେବା ପରେ ମୁମ୍ବାଇ ୧୯୨ ରନ୍‌ ସଂଗ୍ରହ କରିଥିଲା।

ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଯୁବ ଖେଳାଳିମାନେ ଜଲ୍‌ଓ୍ବା ଦେଖାଇଥିଲେ। ତିଲକ ବର୍ମା ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ବି ଚମତ୍କାର ବୋଲିଂ କରିଥିଲେ।

ଅର୍ଜୁନ କେକେଆର ବିପକ୍ଷରେ ଡେବ୍ୟୁ କରିଥିଲେ। ଅର୍ଜୁନ ଆଇପିଏଲ କ୍ୟାରିୟରରେ ତାଙ୍କର ଦ୍ୱିତୀୟ ମ୍ୟାଚ ଖେଳୁଥିଲେ। ରବିବାର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅର୍ଜୁନ ତେନ୍ଦୁଲକର ନିଜର ଆଇପିଏଲ ଡେବ୍ୟୁ କରିଥିଲେ। କେକେଆର ବିପକ୍ଷରେ ଖେଳୁଥିବା ବେଳେ ଅର୍ଜୁନ ଦୁଇଟି ଓଭରରେ ୧୭ ରନ୍‌ ଦେଇଥିଲେ।

ଯଦିଓ ସେ ଡେବ୍ୟୁ ମ୍ୟାଚରେ କୌଣସି ଓ୍ବିକେଟ ନେଇପାରି ନ ଥିଲେ। ଆଇପିଏଲରେ ପୁଅ ଖେଳିବା ପ୍ରତ୍ୟେକ ପିତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ମୁହୂର୍ତ୍ତ ଅର୍ଜୁନଙ୍କ ପିତା ସଚିନ ତେନ୍ଦୁଲକରଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା।

ପୁଅ ଆଇପିଏଲ୍‌ରେ ଖେଳିବା ପରେ ସଚିନ ଭାବପ୍ରବଣ ହୋଇଯାଇଥିଲେ।
ତାଙ୍କ ପୁଅ ଆଇପିଏଲରେ ପ୍ରଥମ ଥର ଖେଳୁଥିବା ଦେଖିବା ପରେ ସଚିନଙ୍କ ଆଖିରେ ଲୁହ ଆସିଯାଇଥିଲା। ବାସ୍ତବରେ ଓ୍ବେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଇଆନ ବିଶପ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ଅର୍ଜୁନ ତେନ୍ଦୁଲକର କେକେଆର ବିପକ୍ଷରେ ପଡ଼ିଆରେ ଥିଲେ, ଫ୍ଲୋର ମ୍ୟାନେଜର ସଚିନଙ୍କ ସହ କଥା ହୋଇଥିଲେ।

ସେ କହିଛନ୍ତି, ମୁଁ ତାଙ୍କର (ଫ୍ଲୋର୍‌ ମ୍ୟାନେଜର)ଙ୍କ ନାମ ନେବି ନାହିଁ, କିନ୍ତୁ ସେ କହିଛନ୍ତି, ଫ୍ଲୋର ମ୍ୟାନେଜର ମୋତେ କହିଥିଲେ, ଅର୍ଜୁନ ଯେତେବେଳେ ଆଇପିଏଲ ଡେବ୍ୟୁ କରିଥିଲେ ସେତେବେଳେ ସଚିନ୍‌ଙ୍କ ଆଖିରେ ଖୁସିରେ ଲୁହ ଆସିଥିଲା।
ସଚିନ ଅର୍ଜୁନଙ୍କ ଅନେକ ଇନିଂସ ଭୁଲି ପାରନ୍ତି, କିନ୍ତୁ ଆଇପିଏଲରେ ଅର୍ଜୁନ ବୋଲିଂ କରିଥିବା ପ୍ରଥମ ଓଭରକୁ ସେ କେବେବି ଭୁଲି ପାରିବେ ନାହିଁ।

ଅର୍ଜୁନ ହାଇଦ୍ରାବାଦ ବିପକ୍ଷରେ ଚମତ୍କାର ବୋଲିଂ କରିଥିଲେ। ଯେତେବେଳେ ମୁମ୍ବାଇ ବିପକ୍ଷ ଫାଇନାଲରେ ହାଇଦ୍ରାବାଦ ୨୦ ରନ୍‌ ଆବଶ୍ୟକ କରୁଥିଲା, ଅଧିନାୟକ ରୋହିତ ଅର୍ଜୁନଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ। ଏହି ସୁଯୋଗରେ ଅର୍ଜୁନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।

ଅର୍ଜୁନ କେବଳ ଶେଷ ଓଭରରେ ଚମତ୍କାର ବୋଲିଂ କରି ଦଳକୁ ମ୍ୟାଚ ଜିତିବାରେ ସାହାଯ୍ୟ କରିନଥିଲେ। ଆଇପିଏଲ କ୍ୟାରିୟରର ପ୍ରଥମ ଓ୍ବିିକେଟ ମଧ୍ୟ ନେଇଥିଲେ। ଅର୍ଜୁନ ଭୁବନେଶ୍ୱର କୁମାରଙ୍କ ଓ୍ବିକେଟ ନେଇଥିଲେ। ଶେଷ ଓଭରରେ ମାତ୍ର ୬ ରନ୍‌ ଦେଇ ଓ୍ବିକେଟ ନେଇଥିଲେ।

Share