Categories: ଖେଳ

ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଓ୍ବର୍ନଙ୍କୁ ମନେ ପକାଇ ଭାବୁକ ହେଲେ ସଚିନ, କହିଲେ…

ନୂଆଦିଲ୍ଲୀ,୪।୩: ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବନ୍ଧୁ ତଥା ଅଷ୍ଟ୍ରେଲିଆର ମହାନ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ ଶେନ୍‌ ଓ୍ବର୍ନଙ୍କୁ ମନେ ପକାଇଛନ୍ତି ସଚିନ ତେନ୍ଦୁଲକର। ସେ ଟୁଇଟ୍‌ କରି ଓ୍ବର୍ନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସଚିନ କହିଛନ୍ତି, ଆମେ ମଇଦାନରେ ଅନେକ ସ୍ମରଣୀୟ ମୁକାବିଲା ଖେଳିଛେ। ଏହି ସମୟରେ ଅନେକ ସ୍ମରଣୀୟ ମୁହୂର୍ତ୍ତ ବାଣ୍ଟିଛେ। ମୁଁ ତୁମକୁ କେବଳ ଜଣେ ମହାନ କ୍ରିକେଟର ନୁହେଁ ବରଂ ମହାନ ବନ୍ଧୁ ଭାବେ ମନେ ପକାଉଛି। ମୁଁ ନିଶ୍ଚିତ ଯେ ତୁମେ ହସ ଏବଂ ପରାକାଷ୍ଠା ବଦଳରେ ସ୍ବର୍ଗକୁ ପୂର୍ବରୁ ଅଧିକ ଆକର୍ଷକ ସ୍ଥାନ କରିଦେଇଥିବ ବୋଲି ସେ କହିଛନ୍ତି।

Share