କୋହ୍ଲାପୁର,୨୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରି ସ୍ଥଳେ ମାସ୍କ୍ ପିନ୍ଧିବା, ନିୟମିତ ସମୟ ଅନ୍ତରରେ ହାତ ଧୋଇବା, ସାମାଜିକ ଦୂରତା ଆଦି ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ମହାରାଷ୍ଟ୍ର କୋହ୍ଲାପୁରର ସାଲଗାଓଁରେ ଜଣେ ଚାଷୀ ନିଜ ଜମିରେ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି। ଧାନ ତଳିରେ ସେ ‘ଗୋ କରୋନା ଗୋ’ ଲେଖିଛନ୍ତି। ଏହି ଜମି ସଚିନ ସଦାଶିବ କେସରକରଙ୍କର। ସେ ୧୫ ଦିନ ତଳେ ଜମିରେ ବଡ଼ ବଡ଼ ଅକ୍ଷରରେ ଏହି ବାର୍ତ୍ତା ଲେଖି ଏହା ଉପରେ ଧାନ ବିହନ ବୁଣିଥିଲେ। ଏବେ ଅକ୍ଷର ଆକୃତିର ଧାନ ତଳି ଉଠିଥିବା ସେ କହିଛନ୍ତି। ଏବେ ଏହା ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବହୁ ୟୁଜର ସଚିନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି।