Categories: ଖେଳ

ସଚିନଙ୍କ ନୂଆ ଏସିଆନ ରେକର୍ଡ

ନୂଆଦିଲ୍ଲୀ, ୧୫।୭: ପ୍ୟାରିସରେ ଚାଲିଥିବା ପାରା ଆଥ୍‌ଲେଟିକ୍ସ ବିଶ୍ୱ ଚାମ୍ପିୟନଶିପ୍‌ର ପୁରୁଷ ଶଟ୍‌ପୁଟ୍‌ ଏଫ୍‌୪୬ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ସଚିନ ସର୍ଜେରାଓ ଖିଲାରି। ଶୁକ୍ରବାର ୧୬.୨୧ ମିଟର ଦୂରକୁ ଥ୍ରୋ କରି ସେ ନୂଆ ଏସିଆନ ରେକର୍ଡର ଅଧିକାରୀ ହେବା ସହ ପ୍ୟାରିସ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଆମେରିକାର ଜୋଶୁଆ ଚିନାମୋ ମାତ୍ର ୦.୨୧ ମିଟର କମ୍‌ ଥ୍ରୋ କରି ରୌପ୍ୟ ଏବଂ ଦକ୍ଷିଣ ଆଫ୍ରିକାର କେରଓ୍ବିନ ନୋଏମ୍‌ଡୋ ୧୫.୩୦ ମିଟର ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଗୁରୁବାର ପାରାଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ସୁମିତ ଆଣ୍ଟିଲ ବିଶ୍ୱ ଚାମ୍ପିୟନଶିପ୍‌ର ଏଫ୍‌୬୪ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ୭୦.୮୩ ମିଟର ଥ୍ରୋ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ।

Share