ଚର୍ଚ୍ଚାରେ କୁବ୍ରାଙ୍କ ଅଣ୍ଡର ୱାଟର ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍ ମୁଭି ‘ରେଡି’ରୁ ନିଜର ବଲିଉଡ୍ ଜର୍ଣ୍ଣି ଆରମ୍ଭ କରିଥିବା କୁବ୍ରା ସେଠ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ଏହା କେବଳ ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ଏଥରବି ସେମିତି କିଛି ଭିନ୍ନ ଅନ୍ଦାଜକୁ ନେଇ ଏହି ଅଭିନେତ୍ରୀ ଦର୍ଶକଙ୍କ ମୁଣ୍ଡ ବିଗାଡିଛନ୍ତି । ନିକଟରେ ତାଙ୍କର କିଛି ଅଣ୍ଡର ୱାଟର ଫଟୋ ଶୁଟ୍ ଭାଇରାଲ ହେବାରେ ଲାଗିଛି । ଶୁଇମିଂ ପୁଲରେ କୁବ୍ରା ବିଭିନ୍ନ ପ୍ରକାର ପୋଜରେ ଫଟୋ ଶୁଟ୍ କରିଛନ୍ତି । ଆଉ ସବୁ ଫଟୋରେ ଭିନ୍ନ ଭିନ୍ନ ବିକିନି ପିନ୍ଧି ସେ ଦେଇଛନ୍ତି ବୋଲ୍ଡ ଲୁକର ଆଉ ଏକ ପରିଚୟ । କେବେ ଠିଆ ହୋଇଥିବା ବେଳେ ତ ପୁଣି କେବେ ଭାସିବା ପୋଜରେ ପୁଣି କେବେ ବସିବା ପୋଜରେ ଫଟୋ ଶୁଟ୍ କରି କୁବ୍ରା ଏବେ ୟଙ୍ଗଷ୍ଟରଙ୍କ ମନକୁ ଦୋହଲାଇ ଦେଇଛନ୍ତି ।

Share