Categories: ଜାତୀୟ

ଶହୀଦ୍‌ଙ୍କ ବଳିଦାନ ଦେବ ପ୍ରେରଣା…

ନୂଆଦିଲ୍ଲୀ,୨୬।୭: ଦେଶ ମାତୃକାର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ବୀର୍‌ ଶହୀଦ୍‌ଙ୍କ ଅମର ଗାଥା ସବୁବେଳେ ଦେଶବାସୀଙ୍କୁ ଦେଶସେବା ଲାଗି ପ୍ରେରଣା ପ୍ରଦାନ କରୁଥିବ। କାରଗୀଲ୍‌ ବିଜୟ ଦିବସର ୨୨ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହି ଶହୀଦ୍‌ଙ୍କ ସ୍ମୃତି ଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଟୁଇଟ୍‌ କରି କହିଛନ୍ତି ଯେ, କାରଗୀଲ୍‌ ବିଜୟ ଦ୍ୱାରା ସାରା ପୃଥିବୀ ଭାରତୀୟ ସେନାଙ୍କର ଶୃଙ୍ଖଳା ଏବଂ ବୀରତ୍ୱ ସମ୍ପର୍କରେ ଅବଗତ ହୋଇପାରିଛି। ୧୯୯୯ ଜୁଲାଇ ୨୬ରେ ଭାରତୀୟ ସେନାର ବିଜୟ ଏକ ଗୌରବମୟ ଇତିହାସ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ବୋଲି ପ୍ରଧାନନ୍ତ୍ରୀ କହିଛନ୍ତି।

Share