Categories: ଖେଳ

ସାକ୍ରୋ ବେସ୍ରା, ପଙ୍କଜ ସୋରେନ ବିଜେତା

ଭୁବନେଶ୍ୱର, ୧୨।୨ (ତପନ ସ୍ବାଇଁ): କଳିଙ୍ଗ ରନର୍ସ ପକ୍ଷରୁ ରବିବାର ସେଣ୍ଟ୍ରୋକ୍ସି ସିଟି ମାରାଥନ ଅନୁଷ୍ଠିତ ହୋଇଯାଇଛି। ମାରାଥନର ୬ଷ୍ଠ ସଂସ୍କରଣ ଶିଖରଚଣ୍ଡୀ ମନ୍ଦିରଠାରୁ ଆରମ୍ଭ ହୋଇ ପଥରଗଡ଼ିଆରେ ଶେଷ ହୋଇଥିଲା । ଅର୍ଥୋପେଡିକ୍‌ ସର୍ଜନ ସାର୍ଥକ ପଟ୍ଟନାୟକ ଓ କଳିଙ୍ଗ ରନର୍ସର ଅଧ୍ୟକ୍ଷ ଦୁଃଖୀଶ୍ୟାମ ପାଢ଼ୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଳିଙ୍ଗ ରନର୍ସର ଉପସଭାପତି ସ୍ବାତୀ ମହାନ୍ତି, ସମ୍ପାଦକ ସଂଗ୍ରାମ କେଶରୀ ଜେନା, ସେଣ୍ଟ୍ରୋକ୍ସିର ପ୍ରତିଷ୍ଠାତା ତଥା ସିଇଓ ଯଯାତି ବଡୁ, କଳିଙ୍ଗ ରନର୍ସ ରେସ ନିର୍ଦ୍ଦେଶକ ଦୀପକ କୁମାର ମିଶ୍ର, କନ୍‌ଭେନର ଅନିଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭାରତର ବିଭିନ୍ନ ସ୍ଥାନରୁ ୬୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୩ଟି ବର୍ଗ ୨୧ କିଲୋମିଟର, ୧୦ କିଲୋମିଟର ଏବଂ ୫ କିଲୋମିଟରରେ ମାରାଥନ ହୋଇଥିଲା। ୨୧ କିମି ଦୌଡ଼ର ପୁରୁଷ ବର୍ଗରେ ପଙ୍କଜ ସୋରେନ ଏବଂ ମହିଳା ବର୍ଗରେ ସାକ୍ରୋ ବେସ୍ରା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୧୦ କିମି ପୁରୁଷ ବର୍ଗରେ ସୂର୍ଯ୍ୟକାନ୍ତ ରାୟ ଏବଂ ମହିଳା ବର୍ଗରେ ଶୁଭଶ୍ରୀ ସାହୁ ପ୍ରଥମ ହୋଇଥିଲେ। ସେହିପରି ମାରାଥନ ଶିଖରଚଣ୍ଡୀଠାରୁ ଆରମ୍ଭ କରି ପଥରଗଡ଼ିଆ ପର୍ଯ୍ୟନ୍ତ କରାଯାଇଥିଲା। ୫୦ ବର୍ଷରୁ ଊର୍ଦ୍ଧ୍ୱରେ ୪୩ ଜଣ ଅଂଶଗ୍ରହଣ କରିଥିଲେ।

 

ମୃତ୍ତିକା ସଂରକ୍ଷଣ ସଚେତନତା ପାଇଁ ମାରାଥନରେ ସୁବ୍ରମଣ୍ୟ

ମୃତ୍ତିକା ସଂରକ୍ଷଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମାରାଥନରେ ଭାଗ ନେଉଛନ୍ତି ବିଶାଖାପାଟଣାର ସୁବ୍ରମଣ୍ୟ ଶର୍ମା ଛଲ୍ଲା ନାମକ ଜଣେ ଚାର୍ଟଡ ସିଭିଲ ଇଞ୍ଜିନିୟର। ରବିବାର ଭୁବନେଶ୍ୱର ମାରାଥନରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ କହିଛନ୍ତି ଯେପରି ଭାବେ ମୃତ୍ତିକା କ୍ଷୟ ହେବାରେ ଲାଗିଛି, ତାହାକୁ ଯଦି ରୋକା ନ ଯାଏ ତେବେ ଦିନ ଆସିବ ମାଟି ବାଲିରେ ପରିଣତ ହୋଇଯିବ। ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍‌ଗୁରୁଙ୍କ ଦ୍ୱାରା ୨୦୨୨ ମାର୍ଚ୍ଚ ୨୧ରୁ ମୃତ୍ତିକା ସଞ୍ଚୟ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସୁବ୍ରମଣ୍ୟଙ୍କର ବିଶାଖାପାଟଣାରେ ଏକ କନ୍‌ସଲ୍‌ଟେନ୍‌ସି ଅଫିସ ରହିଛି। ସେ ମୃତ୍ତିକା ସଂରକ୍ଷଣ ଆନ୍ଦୋଳନରେ ସାମିଲ ହେବା ପରଠାରୁ ଇତିମଧ୍ୟରେ ୩, ୭୦୩ କିଲୋମିଟର ଦୌଡ଼ି ସାରିଲେଣି ବୋଲି କହିଛନ୍ତି।

 

Share