Categories: ଫୁରସତ

ଗର୍ଭଧାରଣରେ ଦୁଃଖପୂର୍ଣ୍ଣ ଫଟୋଶୁଟ୍‌

ଫ୍ରାଙ୍କ୍‌ଫର୍ଟ : ମହିଳାଙ୍କ ପାଇଁ ମା’ ହେବାର ଅନୁଭବ ବହୁତ ଖାସ୍‌ ହୋଇଥାଏ। ହେଲେ ନିକଟରେ ଜଣେ ମହିଳା ମା’ ହେବାକୁ ନେଇ ଯେଭଳି ସେଲିବ୍ରେଟ୍‌ କରିଛନ୍ତି, ସେପରି କେହି ବୋଧେ କରି ନ ଥିବେ। ମହିଳା ସେଥିନେଇ ଦୁଃଖ ପ୍ରକାଶ କରି ଫଟୋଶୁଟ କରାଇଛନ୍ତି, ଯେଉଁଥିରେ ସେ କଳାରଙ୍ଗର କପଡ଼ାରେ ନଜରକୁ ଆସିଛନ୍ତି। ଫ୍ରାଙ୍କ୍‌ଫର୍ଟ ଲୁଇସାବଲର ବାସିନ୍ଦା ୨୩ ବର୍ଷୀୟା ଚେରିଡନ୍‌ ଲଗ୍‌ସଡନ୍‌ ନାମ୍ନୀ ମହିଳା ନିକଟରେ ତାଙ୍କର ଏପରି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କଳାରଙ୍ଗର ପୋଷାକ ପିନ୍ଧିବା ସହ ମୁହଁରେ ନକାବ ପକାଇଛନ୍ତି। କିଛି ଫଟୋରେ ସେ ଆଖିରୁ ଲୁହ ପୋଛିବା ଓ ଅନ୍ୟ କିଛି ଫଟୋରେ ହାତରେ ସୋନୋଗ୍ରାଫିର କିଛି ଫଟୋ ମଧ୍ୟ ଧରିଥିବା ନଜରକୁ ଆସିଛନ୍ତି। ତାଙ୍କର ଏହି ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଚେରିଡନ୍‌ଙ୍କ କହିବା ମୁତାବକ, ତାଙ୍କର ଏପରି ଫଟୋଶୁଟ କରିବା ଅତ୍ୟନ୍ତ ଦରକାର ଥିଲା। ସେ ମା’ ହେବାକୁ ନେଇ ବହୁ ଉତ୍ସାହୀ ଅଛନ୍ତି। ଏପରି ଫଟୋଶୁଟ୍‌ କରି ସେ ମା’ ହେବାର ପୂର୍ବ ଜୀବନକୁ ବିଦାୟ ଦେଇଥିବା କହିଛନ୍ତି। ତାକୁ ରିପ୍‌ କହିବାକୁ ମଧ୍ୟ ସେ ଅନ୍ତିମ ସଂସ୍କାରର ଥିମ୍‌ ରଖିଛନ୍ତି। ଚେରିଡନ୍‌ଙ୍କ ଏପରି ଫଟୋଶୁଟ୍‌ ଅନେକଙ୍କୁ ଅଜବ ଲାଗୁଥିଲେ ମଧ୍ୟ କେତେଜଣଙ୍କୁ ଏହା ପସନ୍ଦ ଆସିଛି। ଲୋକେ ତାଙ୍କର ପିଲା ଜନ୍ମ ହେବାର ଫଟୋଶୁଟ୍‌କୁ ମଧ୍ୟ ଅପେକ୍ଷାକରି ରହିଥିବା କମେଣ୍ଟ କରିଛନ୍ତି। ସେ ଆସନ୍ତା ଅକ୍ଟୋବରରେ ମା’ ହେବାକୁ ଯାଉଛନ୍ତି।

Share