Advertisement

ଟ୍ରୋଲିଂ ହେବା ଦେଖି ଦୁଃଖ ଲାଗୁଛି: ଭାବପ୍ରବଣ ହୋଇ ଏମିତି କହିଦେଲେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ ୨୦୨୫ ମେଗା ନିଲାମ ପାଇଁ ପୃଥ୍ବୀ ଶ’ତାଙ୍କର ମୂଳ ମୂଲ୍ୟ ୭୫ ଲକ୍ଷ ଟଙ୍କା ରଖିଥିଲେ। କିନ୍ତୁ ସେ ମେଗା ନିଲାମରେ ବିକ୍ରି ହୋଇ ନ ଥିଲେ। ବିକ୍ରି ହୋଇ ନ ଥିବାରୁ ସେ ଭାବପ୍ରବର ହୋଇପଡ଼ିଛନ୍ତି। ସେ ଏକ ଭାଇରାଲ ଭିଡିଓରେ ଟ୍ରୋଲ କରିବା ବିଷୟରେ କହୁଥିବାର ନଜର ଆସିଛନ୍ତି।

ଆଇପିଏଲର ଶେଷ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ପୃଥ୍ବୀ ଶ’ କହିଛନ୍ତି, ଯଦି କେହି ମୋତେ ଫଲୋ କରୁନାହାଁନ୍ତି, ତେବେ ସେ କିପରି ଟ୍ରୋଲ କରିପାରିବେ? ଏହାର ଅର୍ଥ ହେଉଛି ସେମାନେ ମୋତେ ଦେଖୁଛନ୍ତି। ମୋର ବିଶ୍ୱାସ ଯେ, ଟ୍ରୋଲ କରିବା ଭଲ କଥା ନୁହେଁ। ହଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ନୁହେଁ, ମୁଁ କ୍ରିକେଟରଙ୍କ ସମେତ ସମସ୍ତ ଜୋକ୍ସ ଦେଖେ ଏବଂ ବେଳେବେଳେ ଏହା ମୋତେ କଷ୍ଟ ଦିଏ।

ଶ’ ଆହୁରି ମଧ୍ୟ କହିଛନ୍ତି,ଯେତେବେଳେ ମୁଁ ବାହରକୁ କୁଆଡେ ଯାଏ, ଲୋକମାନେ କୁହନ୍ତି ଯେ ମୁଁ ଅଭ୍ୟାସ କରୁନାହିଁ। ମୁଁ ଜନ୍ମଦିନ ବି ପାଳନ କରିପାରିବି ନାହିଁ। ମୁଁ ଆଶ୍ଚର୍ଯ୍ୟ ଯେ ମୁଁ କ’ଣ ଭୁଲ କରିଛି?

ପୃଥ୍ବୀ ଶ’ ତାଙ୍କ ଆଇପିଏଲ କ୍ୟାରିୟରରେ ଏପର୍ଯ୍ୟନ୍ତ ୭୯ଟି ମ୍ୟାଚ ଖେଳିଛନ୍ତି। ଏହି ୭୯ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୨୩.୯୪ ଏବଂ ଷ୍ଟ୍ରାଇକ ହାର ୧୪୭.୪୬ ରେ ୧୮୯୨ ରନ କରିଛନ୍ତି। ସେ ୧୪ ଅର୍ଦ୍ଧଶତକ ହାସଲ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share