Categories: ଖେଳ

‘୪ ଓଭର ବୋଲିଂ କରି ଥକି ପଡ଼ୁଛନ୍ତି ପେସର’

ନୂଆଦିଲ୍ଲୀ,୧।୭: ମାତ୍ର ୪ ଓଭର ବୋଲିଂ କରିବା ପରେ ବର୍ତ୍ତମାନ ପୀଢ଼ିର ବୋଲରମାନେ ଥକି ପଡ଼ୁଛନ୍ତି। କାର୍ଯ୍ୟଭାର ଯୋଗୁ ସେମାନଙ୍କୁ ୪ ଓଭରରୁ ଅଧିକ ବୋଲିଂ କରିବାକୁ ଅନୁମତି ଦିଆଯାଉ ନାହିଁ। ଏହା ମୋତେ ଦୁଃଖ ଦେଉଛି ବୋଲି କହିଛନ୍ତି ୧୯୮୩ ବିଶ୍ୱକପ୍‌ ବିଜେତା ଟିମ୍‌ ଇଣ୍ଡିଆର ଅଧିନାୟକ କପିଳ ଦେବ।

ଏକଦା ଟେଷ୍ଟ କ୍ରିକେଟରେ ସର୍ବାଧିକ ଉଇକେଟ ନେଇଥିବା ୬୨ ବର୍ଷୀୟ ପୂର୍ବତନ ଅଲରାଉଣ୍ଡର କହିଛନ୍ତି, ମୋର ମନେ ଅଛି ପ୍ରତିପକ୍ଷ ଦଳର ଶେଷ ବ୍ୟାଟ୍ସମ୍ୟାନଙ୍କୁ ଆମେ ଅତିକମ୍‌ରେ ୧୦ ଓଭର ବୋଲିଂ କରୁଥିଲୁ। ଏହା ଦ୍ୱାରା ମାଂସପେଶୀ ବୃଦ୍ଧିପାଏ। ବୋଧହୁଏ ବର୍ତ୍ତମାନ ବୋଲରଙ୍କ ପାଇଁ ୪ ଓଭର ଯଥେଷ୍ଟ। ଏହାକୁ ଆମ ପୀଢ଼ି ପସନ୍ଦ କରୁ ନାହାନ୍ତି ବୋଲି ଏକ ସାକ୍ଷାତ୍‌କାରେ କପିଲ କହିଛନ୍ତି।

Share