ଦୋଷମୁକ୍ତ ହେଲେ ପରେରା

ମୁମ୍ବାଇ,୩।୮: ‘ସଡ଼କ ୨’ର ଅଭିନେତ୍ରୀ କ୍ରିସ୍ନ ପରେରା ଡ୍ରଗ୍ସ ମାମଲାର ବଡ ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ପରେରାଙ୍କୁ ବୁଧବାର ରାତିରେ ଶାରଜାଦ ଜେଲରୁ ମୁକ୍ତ କରାଯାଇଥିବା ବେଳେ ଗୁରୁବାର ସେ ମୁମ୍ବାଇ ପହଞ୍ଚି ଯାଇଛନ୍ତି। ୟୁଏଇ ଅଧିକାରୀ ତାଙ୍କୁ ସମସ୍ତ ଡ୍ରଗ୍ସ ମାମଲାରୁ ମୁକ୍ତ କରିଛନ୍ତି। ଏହାସହ ତାଙ୍କ ନାମକୁ ଟ୍ରାଭେଲ ବ୍ଲାକ ଲିଷ୍ଟରୁ ହଟାଇ ଦିଆଯାଇଛି। ପରେରା ଗୁରୁବାର ମୁମ୍ବାଇ ପୋଲିସ କମିଶନର ଫସଲକରଙ୍କୁ ଭେଟିବେ।

ସୂଚନାଯୋଗ୍ୟ, ପୁରୁଣା କଳହର ପ୍ରତିଶୋଧ ନେବା ପାଇଁ ପରେରାଙ୍କୁ ତାଙ୍କ ପରିଚିତ ପଲ ଆନ୍ଥୋନୀଙ୍କ ଦ୍ୱାରା ନକଲି ଡ୍ରଗ ମାମଲାରେ ଫସାଇ ଦିଆଯାଇଥିଲା। ଏହା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସମ୍ପୂର୍ଣ୍ଣ ଘଟଣାର ଅନୁସନ୍ଧାନ କରି ଅଭିନେତ୍ରୀଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଥିଲା। ଏହା ପରେ ପରେରାଙ୍କୁ ଶାରଜାହ ଜେଲରୁ ମୁକ୍ତ କରାଯାଇଥିଲା। ଜଏଣ୍ଟ ପୋଲିସ କମିଶନର (କ୍ରାଇମ) ଲକ୍ଷ୍ମୀପୁର ଗୌତମ ପରେରାଙ୍କ ଆଗମନକୁ ନିଶ୍ଚିତ କରି କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ସହିତ କ୍ରାଇମ ବ୍ରାଞ୍ଚ ଟିମ ଆଜି ସକାଳ ୧୧ଟା ୩୦ରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିବ।
ଗତ ମାସରେ, ଶାରଜାହ କର୍ତ୍ତୃପକ୍ଷ ପରେରା ପରିବାରକୁ ସୂଚନା ଦେଇଥିଲେ ଯେ କ୍ରିଷ୍ଣଙ୍କ ପାସପୋର୍ଟକୁ ଭାରତ ଫେରିବା ନିଷ୍ପତ୍ତି ପାଇଁ ଏକ କମିଟିକୁ ପଠାଯାଇଛି। ଟ୍ରାଭେଲ ବ୍ଲାକ ଲିଷ୍ଟରୁ ତାଙ୍କ ନାମ ହଟାଇବାକୁ କମିଟି ସମୀକ୍ଷା କରୁଥିଲା। ଏଥି ସହିତ, ଭାରତ ସରକାରଙ୍କ ଅନୁରୋଧ କ୍ରମେ ଶାରଜାହ କୋର୍ଟ ତାଙ୍କୁ ଏପ୍ରିଲରେ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏକ ସ୍ବଚ୍ଛତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ...

ପ୍ରଥମ ରାଲିରେ ଦମ୍ଭୋକ୍ତି ଦେଖାଇଲେ ବିଜୟ; ଜାଣନ୍ତୁ କାହାକୁ କରିବେ ସମର୍ଥନ

ଚେନ୍ନାଇ,୨୭।୧୦: ଅଭିନୟରୁ ରାଜନୀତିରେ ପ୍ରବେଶ କରିଥିବା ତାମିଲନାଡୁର ଚର୍ଚ୍ଚିତ ଅଭିନେତା ଥାଲପଥି ବିଜୟ ରବିବାର ପ୍ରଥମ ରାଜନୈତିକ ରାଲିକୁ ସମ୍ବୋଧନ କରିଛନ୍ତି। ଏଠାରେ ସେ ନିଜ...

ପଶ୍ଚିମବଙ୍ଗ ପାଇଁ ମମତା ବାନାର୍ଜୀ କରିଛନ୍ତି କ’ଣ? ଅମିତ ଶାହାଙ୍କ ଏପରି ପ୍ରଶ୍ନରେ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ବାଂଲାଦେଶରୁ ବେଆଇନ ଅନୁପ୍ରବେଶ ସମ୍ପର୍କରେ କହିଛନ୍ତି ଯେ, ଏଠାରେ ଅନୁପ୍ରବେଶ ବନ୍ଦ ହେଲେ ପଶ୍ଚିମବଙ୍ଗରେ ଶାନ୍ତି...

ବିମାନ ପରେ ଏବେ ନାମୀଦାମୀ ହୋଟେଲକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ, ତାଲିକାରେ ରହିଛି ଏସବୁ…

ନୂଆଦିଲ୍ଲୀ/କୋଲକାତା,୨୭ା୧୦: ବିମାନ ପରେ ଏବେ ବିଭିନ୍ନ ନାମୀଦାମୀ ହୋଟେଲକୁ ମିଳିଛି ବୋମା ଧମକ। ୪ ରାଜ୍ୟର ୨୫ରୁ ଅଧିକ ହୋଟେଲକୁ ଏହି ଧମକ ମିଳିଛି। ଗୁଜରାଟ,...

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

ଐଶ୍‌-ସଲମାନଙ୍କ ବ୍ରେକଅପ୍‌ ପଛର ପ୍ରକୃତ ସତ୍ୟ,ସୋହେଲ ଉଠାଇଲେ ପରଦା

ବମ୍ବେ: ଦିନ ଥିଲା ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡ ଥିଲେ ସଲମାନ ଖାନ୍‌ ଏବଂ ଐଶ୍ୱର୍ଯ୍ୟା ରାୟ। ସଞ୍ଜୟ ଲିଲା ବନ୍‌ଶାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri