ରୋମାନିୟା ନୁହେଁ ମୁମ୍ବାଇରେ ହେବ ‘ସଡ଼କ ୨’ର ଶୁଟିଂ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ମହେଶ୍‌ ଭଟ୍ଟ ବେଶ୍‌ କିଛି ସମୟ ପରେ ପୁଣି ଥରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି। ଯେଉଁଥିରେ ‘କଳଙ୍କ’ର ଯୋଡି ସିଦ୍ଧାର୍ଥ ରୟ କପୁର ଓ ଆଲିଆ ଭଟ୍ଟ ନଜର ଆସିବେ। ୧୯୯୧ରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଅଭିନୟରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ସଡ଼କ’ର ଏହା ହେଉଛି ସିକ୍ୱିଏଲ। ତେବେ ‘ସଡ଼କ ୨’ରେ ମଧ୍ୟ ସଞ୍ଜୟ ଓ ପୂଜା ନଜର ଆସିବେ। ଏହାର ଶୁଟିଂ ପାଇଁ ନିକଟରେ ପୂଜା ଭଟ୍ଟ ଓ ପିତା ମହେଶ ଭଟ୍ଟ ରୋମାନିୟା ଗସ୍ତ କରିଥିଲେ। ଅନୁମାନ କରାଯାଉଥିଲା କି ‘ସଡ଼କ ୨’ ରୋମାନିୟାରେ ଶୁଟିଂ କରାଯିବ। ହେଲେ ସେମାନେ ସେଠାରୁ ଫେରିବା ପରେ କହିଛନ୍ତି କି ରୋମାନିୟା ନୁହେଁ ବରଂ ମୁମ୍ବାଇରେ ଫିଲ୍ମର ଶୁଟିଂ କରାଯିବ। ଆସନ୍ତା ମେ’ ମଧ୍ୟଭାଗରୁ ଏହାର କାମ ଆରମ୍ଭ ହୋଇଯିବ ବୋଲି ମହେଶ ସୂଚନା ଦେଇଛନ୍ତି। ତେବେ ରୋମାନିୟା ପରିବର୍ତ୍ତେ ମୁମ୍ବଇରେ ଶୁଟିଂ କରିବାର ନିଷ୍ପତ୍ତି ମହେଶ ନିଜେ ନେଇଥିବା ପ୍ରକାଶ।

Share