Categories: ଫୁରସତ

ସଧବା ରୁହନ୍ତି ବିଧବା ବେଶରେ

ଭାରତରେ ବିଭିନ୍ନ ଜାତି ଧର୍ମର ଲୋକ ବସବାସ କରନ୍ତି। ତେଣୁ ଏଠାକାର ଧାର୍ମିକ ବିଶ୍ୱାସ, ନୀତି, ନିୟମ ଓ ପରମ୍ପରା ବି ଭିନ୍ନ ଭିନ୍ନ ହୋଇଥାଏ। ଏଇ ଯେମିତି ହିନ୍ଦୁଧର୍ମରେ ସଧବା ନାରୀ ସଜେଇ ହୋଇ ରହିବାର ପ୍ରଥା ରହିଛି। ହେଲେ ପୂର୍ବ ଉତ୍ତର ପ୍ରଦେଶରେ ରହୁଥିବା ଗଛଓ୍ବାହ ସମ୍ପ୍ରଦାୟରେ ସ୍ବାମୀ ବଞ୍ଚତ୍ ଥାଉ ଥାଉ ବର୍ଷକରେ ପ୍ରାୟ ୫ ମାସ ସ୍ତ୍ରୀଙ୍କୁ ବିଧବାଙ୍କ ପରି ରହିବାର ପ୍ରଥା ରହିଛି। ଏଠାକାର ବିଶ୍ୱାସ ହେଉଛି ସ୍ତ୍ରୀ ବିଧବା ଭଳି ରହିଲେ ସ୍ବାମୀଙ୍କର ପରମାୟୁ ବଢିବ। ବହୁ ବର୍ଷ ଧରି ଏଠାକାର ନାରୀମାନେ ଏହି ପରମ୍ପରାକୁ ପାଳି ଆସୁଛନ୍ତି। ବିଧବା ପରି ରହିବା ସହ ସେମାନେ ସେହି ୫ ମାସ ଉଦାସ ବି ରୁହନ୍ତି। ଏହାପଛର କାରଣ ହେଉଛି ଏଠାକାର ପୁରୁଷ ବର୍ଷକର ପାଞ୍ଚ ମାସ ଗଛକୁ ଚଢି ତାଡି ଆଣିବା କାମ କରନ୍ତି। ତାଡି ଆଣିବା କାମ ବହୁତ କଷ୍ଟ ଓ ଟିକେ ଭୁଲ ହେଲେ ଜୀବନ ଯିବାର ଭୟ ଥାଏ। ତେଣୁ ଏହି ସମୟରେ ସ୍ତ୍ରୀମାନେ କୁଳଦେବୀ ମା’ ତରକୁଲାହଙ୍କୁ ସ୍ବାମୀଙ୍କ ରକ୍ଷା ଓ ତାଙ୍କ ଦୀର୍ଘାୟୁ କାମନା କରି ନିଜର ସମସ୍ତ ଶୃଙ୍ଗାର ସାମଗ୍ରୀ ମାତାଙ୍କ ପାଖରେ ମନ୍ଦିରରେ ରଖି ଦେଇଥାନ୍ତି। ବିଶ୍ୱାସ ରଖନ୍ତି ମା’ ତାଙ୍କ ଶଙ୍ଖା ସିନ୍ଦୁରକୁ ସୁରକ୍ଷିତ ରଖିବେ।

Share