ଆଜିଠୁ କାର୍ଯ୍ୟକ୍ଷମ ହେବ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲ

କଟକ ଅଫିସ୍‌,୨୪ା୮: କଟକ ସହରରେ କରୋନା ଆକ୍ରାନ୍ତଙ୍କ ପାଇଁ ଅଧିକ ସଂଖ୍ୟାରେ ଶଯ୍ୟା ଆବଶ୍ୟକ ଥିଲା। ଏହି ଅଭାବକୁ ପୂରଣ କରିବା ପାଇଁ ସୋମବାର କାର୍ଯ୍ୟକ୍ଷମ ହେବ ସଦ୍‌ଗୁରୁ କୋଭିଡ୍‌ ହସ୍ପିଟାଲ। ୧୫୦ ଶଯ୍ୟାବିଶିଷ୍ଟ ଏହି ହସ୍ପିଟାଲରେ ଡାୟାଲିସିସ୍‌ ଓ ପ୍ରସୂତିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ଗୀତ ଗୋବିନ୍ଦ ସଦନରେ ଖବରଦାତା ସମ୍ମିଳନୀରେ ସିଏମ୍‌ସି କମିଶନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସଦ୍‌ଗୁରୁ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଯିବା ପରେ କଟକରେ କରୋନା ରୋଗୀଙ୍କ ପାଇଁ ଚିକିତ୍ସା ଆହୁରି ସହଜ ହେବ। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇସାରିଛନ୍ତି। କାରଣ ଅତୀତରେ କୋଭିଡ୍‌ ହସ୍ପିଟାଲରେ ସଙ୍କଟାପନ୍ନ ରୋଗୀଙ୍କ ପାଇଁ ଡାୟଲିସିସ ସୁବିଧା ନ ଥିବାରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଥିଲା।

Share