Advertisement

ସର୍ଦ୍ଦାର ପଟେଲଙ୍କ ସହ ଅମିତ ଶାହାଙ୍କ ତୁଳନା କଲେ ସଦ୍‌ଗୁରୁ

ନୂଆଦିଲ୍ଲୀ,୨୭।୨: ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍‌ଗୁରୁ ଜଗ୍ଗି ବାସୁଦେବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସାରେ ପୋତିଛନ୍ତି। ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଶାହାଙ୍କ ପ୍ରୟାସ ପ୍ରଶଂସନୀୟ। କିଛି କ୍ଷେତ୍ରରେ ସେ ସର୍ଦ୍ଦାର ପଟେଲ ଯାହା କରିଥିଲେ, ସେହି କାମ କରିଛନ୍ତି। ଜମ୍ମୁ କଶ୍ମୀରର ପରିସ୍ଥିତି ପ୍ରାୟ ସ୍ବାଭାବିକ ହୋଇଗଲାଣି। ଆତଙ୍କବାଦର ବିପଦକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରାଯାଉଛି ବୋଲି ସେ କହିଛନ୍ତି।

କୋଏମ୍ବାଟୁରରେ ଶିବରାତ୍ରି ପାଳନ ସମୟରେ ସଦ୍‌ଗୁରୁ କହିଥିଲେ ଯେ, ପ୍ରତ୍ୟେକ ସରକାରରେ ମନ୍ତ୍ରୀ ଅଛନ୍ତି। କିନ୍ତୁ ସ୍ବାଧୀନତା ପରେ ଜଣେ ମନ୍ତ୍ରୀ ଥିଲେ ଯିଏ ଗୃହମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ବିନା ଦେଶ ଏକତ୍ରିତ ହୋଇ ନ ଥାନ୍ତା। ଆପଣମାନେ ଜାଣିଛନ୍ତି ମୁଁ କାହା ବିଷୟରେ କହୁଛି। ଦେଶକୁ ଏକତ୍ର କରିବା ପାଇଁ ସେହି ସମୟରେ ପଟେଲ ଯାହା କରିଥିଲେ ତାହା ସ୍ବାଧୀନତା ପରେ ତାଙ୍କ ଦ୍ୱାରା କରାଯାଇଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟରୁ ଗୋଟିଏ ଥିଲା, ନଚେତ ଆମେ ଏହି ଦୃଷ୍ଟିରୁ ଏକ ସଂଯୁକ୍ତ ଦେଶ ହୋଇ ନ ଥାନ୍ତୁ।

ସଦ୍‌ଗୁରୁ କହିଛନ୍ତି ଯେ ଆମର ବର୍ତ୍ତମାନର ଗୃହମନ୍ତ୍ରୀ ଦେଶକୁ ଏକତ୍ର କରି କିଛି ପ୍ରକାରେ ସେହି କାମ କରିଛନ୍ତି ଯାହା ସେ ସମୟରେ ସର୍ଦ୍ଦାର ପଟେଲ କରିଥିଲେ। ଏହି ସମୟରେ ସେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ଏବଂ ଗତ ୧୦ ବର୍ଷ ମଧ୍ୟରେ ଆତଙ୍କବାଦୀ ଘଟଣାଗୁଡ଼ିକୁ କିପରି ଦମନ କରାଯାଉଛି ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ ସୁରକ୍ଷା ବାହିନୀ ସହ ଗୃହମନ୍ତ୍ରୀଙ୍କ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

ଇଶା ଫାଉଣ୍ଡେଶନରେ ଶିବରାତ୍ରି ପାଳନ ସମୟରେ, ସଦ୍‌ଗୁରୁ କହିଥିଲେ ଯେ ତାଙ୍କୁ କଶ୍ମୀରରେ ଗଲ୍ଫ ଖେଳିବାକୁ ନିମନ୍ତ୍ରଣ କରାଯାଉଛି। ଏହା ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତିର ଏକ ସଙ୍କେତ। ଶାହା ଏକ ମହାନ ମିଶନ ହାତକୁ ନେଇଛନ୍ତି ଏବଂ ଏହାକୁ କରୁଛନ୍ତି। ଆମକୁ ଦଳକୁ କିଏ ନେତୃତ୍ୱ ଦେଉଛି ତାହା ଗ୍ରହଣ କରିବାକୁ ପଡିବ ବୋଲି ସେ କହିଛନ୍ତି।
ଏହା ବ୍ୟତୀତ ସଦ୍‌ଗୁରୁ ଶିବରାତ୍ରିର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। ମହାଶିବରାତ୍ରି ଅବସରରେ ସଦ୍‌ଗୁରୁ

କୋଏମ୍ବାଟୁରର ତାଙ୍କ ଇଶା ଯୋଗକେନ୍ଦ୍ରରେ ୧୨ ଘଣ୍ଟାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହି ସମୟରେ ବହୁ ସଂଖ୍ୟକ ଶିବ ଭକ୍ତଙ୍କ ସମାଗମ ହୋଇଥିଲା।

Share
Tags: National