Categories: ଜାତୀୟ

ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ପାଇଛି ବୃଦ୍ଧି: ସଦ୍‌ଗୁରୁ

ନୂଆଦିଲ୍ଲୀ,୬।୬: ଦେଶରେ ଧାର୍ମିକ ଅସହିଷ୍ଣୁତା କେବଳ ଟିଭିରେ ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଦେଶର କୌଣସି ସ୍ଥାନରେ ବଡ଼ ଧରଣର ଦଙ୍ଗା ହୋଇନାହିଁ ବୋଲି ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍‌ଗୁରୁ ଜାଗି ଭାସୁଦେବ କହିଛନ୍ତି।
ଏକ ଆଲୋଚନାରେ ଆଧ୍ୟାତ୍ମିକ ଗୁରୁ ଜାଗି କହିଛନ୍ତି, ଟେଲିଭିଜନ ଷ୍ଟୁଡିଓରେ ବିତର୍କରେ ବହୁତ କିଛି ଖବର ଅତିରଞ୍ଚିତ କରାଯାଉଛି। ଏହି କାରଣରୁ ଦେଶରେ ଧାର୍ମିକ ଅସହିଷ୍ଣୁତା ବୃଦ୍ଧି ପାଉଛି। ବାସ୍ତବତା ହେଉଛି ଗତ ୧୦ ବର୍ଷ ମଧ୍ୟରେ ଦେଶରେ କୌଣସି ସାମ୍ପ୍ରଦାୟିକ ହିଂସା ଘଟଣା ହୋଇନାହିଁ। ହିଂସା ସହ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ।
ନିକଟରେ ‘ମାଟି ବଞ୍ଚାଓ’ ଅଭିଯାନ ଅଧୀନରେ ସଦ୍‌ଗୁରୁ ଜାଗି ବାସୁଦେବ ୨୭ଟି ଦେଶରେ ୩୦ ହଜାର କିଲୋମିଟର ଯାତ୍ରା ଶେଷକରି ଘରକୁ ଫେରିଛନ୍ତି।

Share