ବିଜେଡି ଛାଡ଼ିଲେ ସାଧୁ ନେପାକ

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ବରଗଡ଼ର ପୂର୍ବତନ ବିଧାୟକ ତଥା ସାଧୁ ନେପାକ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ତାଙ୍କୁ ଅଣଦେଖା କରାଯିବା ଯୋଗୁ ସେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନେପାକ କହିଛନ୍ତି। ତେବେ ସେ କୌଣସି ଦଳରେ ଯୋଗ ଦେବେ ନାହିଁ, ମାତ୍ର ଜୀବନ ଥିବା ପର୍ଯ୍ୟନ୍ତ ସକ୍ରିୟ ରାଜନୀତିରେ ରହିବେ ବୋଲି ନେପାକ କହିଛନ୍ତ। ଅନ୍ୟପଟେ ସେ ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।
ପ୍ରକାଶଥାଉକି, ଗତ ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ନେପାକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିଥିଲେ। ଅନୁରୂପ ଭାବେ ବର୍ତ୍ତମାନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Share