ବ୍ରିଟେନ୍‌ରୁ ଆମେରିକା ଯାଏ ଥିଲା ନାମ, ଆଜି ଯାଏ କେହି ଭାଙ୍ଗିନି ରେକର୍ଡ

ବମ୍ବେ: ଦର୍ଶକଙ୍କ ହୃଦୟରେ ଜାଗା ସୃଷ୍ଟି କରିବାରେ ସଫଳ ହେବା ଜଣେ ପୋଖତ କଳାକାରର ଲକ୍ଷଣ। ସେଭଳି ଜଣେ କଳାକାର ଥିଲେ ସଇଦ ଜାଫରୀ। ସେ ଜଣେ ଭାରତୀୟ-ବ୍ରିଟିଶ ଅଭିନେତା ଥିଲେ। ରେଡିଓ, ଷ୍ଟେଜ୍‌, ଟେଲିଭିଜନ ସହ ଫିଲ୍ମରେ ତାଙ୍କର ଦବଦବା ଥିଲା। ଅନେକ ଭାଷାରେ ପାରଙ୍ଗମ ଥିଲେ ସେ। ଏଣୁ ବଲିଉଡ୍‌ରେ ତାଙ୍କର ଯେତିକି ପରିଚୟ ଥିଲା ସେତିକି ବ୍ରିଟେନ ଏବଂ ଆମେରିକାରେ ମଧ୍ୟରେ ଥିଲା। ଅଶୀ ଏବଂ ନବେ ଦଶକରେ ବ୍ରିଟେନରେ ଏସିଆ ମୂଳର ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ ସେ। ‘ଦିଲ୍‌’, ‘କିଶନ କହ୍ନେୟା’, ‘ଘର ହୋ ତୋ ଐସା’, ‘ରାମ ତେରୀ ଗଙ୍ଗା ମୈଲୀ’, ‘ଗାନ୍ଧୀ’, ‘ମାସୁମ’, ‘ଶତରଞ୍ଜ କେ ଖିଲାଡ଼ି’, ‘ସାଗର’, ‘ରାମ ଲଖନ୍‌’ ଭଳି ଫିଲ୍ମରେ ନଜର ଆସିଥିଲେ ସଇଦ।

ବ୍ୟକ୍ତିଗତ ଜୀବନ ଦେଖିଲେ ସଇଦ ଅଭିନେତ୍ରୀ ଏବଂ ଟେଲିଭିଜନ ଉଦ୍‌ଘୋଷିକା ମଧୁରୀ ଜାଫ୍‌ରୀଙ୍କୁ ପ୍ରଥମ ବିବାହ କରିଥିଲେ। ୧୯୬୫ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। ଆଜି ଏହି ଅଭିନେତାଙ୍କ ଜନ୍ମଦିନ ହୋଇଥିବା ବେଳେ ତାଙ୍କୁ ସମସ୍ତେ ମନେପକାଉଛନ୍ତି।

Share