Categories: ଖେଳ

ଶ୍ରଦ୍ଧାଞ୍ଜଳିଙ୍କ ହାତରେ ସାଫ୍‌ ଟ୍ରଫି

ଢାକାରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ ମହିଳା ସାଫ୍‌ ଫୁଟ୍‌ବଲରେ ଭାରତ-ବାଂଲାଦେଶ ଯୁଗ୍ମ ଚାମ୍ପିୟନ ହୋଇଛି। ସହକାରୀ କୋଚ୍‌ ଦାୟିତ୍ୱ ତୁଲାଇ ଭାରତକୁ ସଫଳତା ଦେବାରେ ଅନ୍ୟତମ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ରବିବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିଜ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ପାଇଁ ସମର୍ଥନ କରିଥିବା ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ, ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା, ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ତାଙ୍କ ନିଯୁକ୍ତି ସଂସ୍ଥା ନାଲ୍‌କୋକୁ ଶ୍ରଦ୍ଧାଞ୍ଜଳି କୃତଜ୍ଞତା ଜଣାଇଛନ୍ତି।

 

Share