Categories: ଫୁରସତ

ସୁରକ୍ଷିତ ମାତୃତ୍ୱ ଅପରିହାର୍ଯ୍ୟ

ପୃଥିବୀର ପ୍ରତିଟି ଦେଶ ସୁରକ୍ଷିତ ମାତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥାନ୍ତି। ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଦ୍ୱାରା ମାତୃ ଏବଂ ଶିଶୁ ମୃତ୍ୟୁ ହାର ରୋକା ଯିବା ପାଇଁ ଜାତିସଂଘ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଅକ୍ଟୋବର ୧୫ରେ ବିଶ୍ୱସ୍ତରରେ ଗର୍ଭଧାରଣ ଓ ଶିଶୁ ମୃତ୍ୟୁ ସ୍ମରଣ ଦିବସ ପାଳନ କରାଯାଇଥାଏ। ଏହି ଦିବସ ପାଳନ ଅବସରରେ ଗର୍ଭପାତ, ମୃତ୍ୟୁ, ଏକ୍ଟୋପିକ ଗର୍ଭଧାରଣ, ନବଜାତ ଶିଶୁ ମୃତ୍ୟୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ୍ଷେତ୍ରରେ ସମସ୍ତ ରାଷ୍ଟ୍ରକୁ ଉପଯୁକ୍ତ ପ୍ରସୂତୀକାଳୀନ ସ୍ବାସ୍ଥ୍ୟ ସେବା ଯୋଗାଣ ଉପରେ ପରାମର୍ଶ ପ୍ରଦାନ କରିଥାଏ। ୨୦୦୦ ମସିହାରେ ଏହି ଦିବସ ପ୍ରଥମେ ପାଳନ କରାଯାଇଥିଲା।

Share