Categories: ଫୁରସତ

କର୍ମକ୍ଷେତ୍ରରେ ନିରାପତ୍ତା

କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପ୍ରତି ଦୃଷ୍ଟିଦେବା ଅତ୍ୟନ୍ତ ଜରୁରୀ। ଏହା ଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି ସହିତ ବିକାଶଧାରା ଜାରି ରହିଥାଏ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୨୮ରେ କର୍ମକ୍ଷେତ୍ରରେ ନିରାପତ୍ତା ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥାଏ। ଏହି ଦିବସ ଜାତିସଂଘର ସ୍ବୀକୃତିକ୍ରମେ ପାଳିତ ହୋଇଥାଏ। ଏହି ଦିବସ ପାଳନ ଅବସରରେ କର୍ମକ୍ଷେତ୍ରରେ ନିରାପଦ ଭାବେ କାର୍ଯ୍ୟ ସମ୍ପାଦନ ଏବଂ ଦୁର୍ଘଟଣା ଆଦିକୁ ରୋକିବା ନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯାଇଥାଏ। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ଦ୍ୱାରା ଜାରି ହୋଇଥିବା ମାନଦଣ୍ଡ ଆଧାରରେ କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଥାଏ। କର୍ମକ୍ଷେତ୍ରରେ ନିରାପତ୍ତା ସ୍ବାସ୍ଥ୍ୟ ଦିବସ ପ୍ରଥମେ ୨୦୦୩ରେ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ଦ୍ୱାରା ପାଳନ କରାଯାଇଥିଲା ।
ସେବେଠାରୁ ଏହା ପ୍ରତିବର୍ଷ ପାଳିତ ହୋଇଆସୁଛି। ଏପ୍ରିଲ ୧୯୯୬ ମସିହାଠାରୁ ଟ୍ରେଡ୍‌ ୟୁନିୟନ ପକ୍ଷରୁ ବିଶ୍ୱରେ ମୃତ ଓ ଆହତ ଶ୍ରମିକମାନଙ୍କ ପାଇଁ ୨୮ ଏପ୍ରିଲରେ ଅନ୍ତର୍ଜାତୀୟ ସ୍ମୃତି ଦିବସ ପାଳନ କରାଯାଉଛି। ଏହାର ସ୍ମୃତିରେ କର୍ମକ୍ଷେତ୍ରରେ ନିରାପତ୍ତା ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଇଥାଏ।

Share