ଭୁବନେଶ୍ୱର,୬।୧୧: ବେଦାନ୍ତ ଆଲୁମିନିୟମର ଓଡ଼ିଶାସ୍ଥିତ ଲାଞ୍ଜିଗଡ଼ ୟୁନିଟ୍ ପରିସର ଓ କାର୍ଯ୍ୟ ପରିସର ବାହାର ସୁରକ୍ଷା ଅଭ୍ୟାସକୁ ବୃଦ୍ଧି କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏପରିକି ଉକ୍ତ କାର୍ଯ୍ୟକ୍ରମର ଅଂଶ ଭାବେ କମ୍ପାନୀ ପକ୍ଷରୁ ଏକ ପ୍ରଶିକ୍ଷଣ ଅଭିଯାନର ଆୟୋଜନ କରାଯାଇଥିଲାବେଳେ ପ୍ଲାଣ୍ଟ ପରିସରରେ ନିରାପତ୍ତା ପାରାମିଟର୍ସଗୁଡ଼ିକ ପରିଚାଳନା ଲାଗି ମକ୍ ଡ୍ରିଲ୍, ତାଲିମ ଅଧିବେଶନ ଓ ସପଫ୍ଲୋର ପ୍ରଦର୍ଶନ ଉପରେ ଆବଶ୍ୟକ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍ର ସିଇଓ (ଆଲୁମିନା ବ୍ୟବସାୟ) ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଥିଲେ, ନିରାପତ୍ତା ପ୍ରତି କମ୍ପାନୀର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ଲାଗି ଆମେ ସର୍ବଦା ପ୍ରୟାସ କରିଆସିଛୁ। ଏପରିକି ଆଚରଣବିଦ୍ଧ ତାଲିମ ଓ ଅସୁରକ୍ଷିତ ସ୍ଥାନରେ କାର୍ଯ୍ୟ ଅଭ୍ୟାସ ପାଇଁ ଆବଶ୍ୟକ ନିରାପତ୍ତା ଅବଲମ୍ବନ ଆଭିମୁଖ୍ୟ ଜରିଆରେ ଏକ ସୁରକ୍ଷା ସଂସ୍କୃତି ବଜାୟ ରଖିବା ଆମର ଦାୟିତ୍ୱ ବୋଲି ସେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
ସେହିଭଳି ପ୍ରତି ୬ମାସରେ ଅନୁଷ୍ଠିତ ପର୍ଯ୍ୟାୟ ମକ୍ ଡ୍ରିଲ୍ ଅଧିବେଶନ, ଜରୁରିକାଳୀନ ପ୍ରତିକ୍ରିୟା, ପ୍ରୋଟୋକଲକୁ ଦୃଢ କରିବା ଲାଗି କମ୍ପାନୀ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏପରିକି ଯେକୌଣସି ଜରୁରିକାଳୀନ ନିରାପତ୍ତା, ଅଗ୍ନିକାଣ୍ଡ, ଯାନ୍ତ୍ରିକ ତ୍ରୁଟି ଓ ଅନ୍ୟାନ୍ୟ ସୁରକ୍ଷା ପ୍ରତିକାର ଉପରେ କମ୍ପାନୀ କର୍ମଚାରୀମାନଙ୍କୁ ଆବଶ୍ୟକ ସଚେତନତା ସହିତ ପ୍ରଶିକ୍ଷିତ ପ୍ରଦାନ କରାଯାଇଥିଲା। ଏହା କେବଳ କର୍ମକ୍ଷେତ୍ରରେ ଶୂନ୍ୟତ୍ରୁଟି ହାସଲ କରିବା ନୁହେଁ ବରଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଗୋଷ୍ଠୀଙ୍କ ସୁରକ୍ଷା ପାଇଁ ମଧ୍ୟ କମ୍ପାନୀର ପ୍ରତିବଦ୍ଧତାର ଏହା ପ୍ରମାଣ ବୋଲି କୁହାଯାଉଛି।