Categories: ଜାତୀୟ

‘ଭବିଷ୍ୟତରେ ତ୍ରିରଙ୍ଗାର ସ୍ଥାନ ନେଇପାରେ ଗୈରିକ ରଙ୍ଗ ପତାକା’

ବେଙ୍ଗାଲୁରୁ, ୩୧ା୫: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା କେ.ଏସ୍‌ ଈଶ୍ୱରପ୍ପାଙ୍କ ମନ୍ତବ୍ୟ ପୁଣିଥରେ ତାଙ୍କୁ ବିବାଦ ଭିତରକୁ ଟାଣିଆଣିଛି। ଗୈରିକ ରଙ୍ଗର ପତାକା ଭବିଷ୍ୟତରେ ଜାତୀୟ ପତାକାର ସ୍ଥାନ ନେବ ବୋଲି ସେ କହିଛନ୍ତି। ଦେଶରେ ଗୈରିକ ରଙ୍ଗର ପତାକା ତ୍ୟାଗର ପ୍ରତୀକ । ଆର୍‌ଏସ୍‌ଏସ୍‌ର ପ୍ରତ୍ୟେକ ସଦସ୍ୟ ଏହି ପତାକା ତଳେ ଛିଡ଼ାହୋଇ ଶପଥ ନେଉଥିବାବେଳେ ଏହା ଜାତୀୟ ପତାକାର ମାନ୍ୟତା ଯେକୌଣସି ମୁହୂର୍ତ୍ତରେ ପାଇବାର ସମ୍ଭାବନା ରହିଛି। ଭାରତୀୟ ସମ୍ବିଧାନ ଅନୁସାରେ ତ୍ରିରଙ୍ଗା ଆମର ଜାତୀୟ ପ୍ରତାକା ହୋଇଥିବାବେଳେ ଆମେ ଏହାକୁ ଯଥାସମ୍ଭବ ସମ୍ମାନ ଜଣାଉଥିବା ସେ କହିଛନ୍ତି। ଗତ ଫେବୃୟାରୀରେ ପତାକାକୁ ନେଇ ଈଶ୍ୱରପ୍ପା କହିଥିଲେ ଯେ, ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଗଢ଼ିତୋଳିବା ପାଇଁ ଆମେ ଦେଶର ପ୍ରତ୍ୟେକ ସ୍ଥାନରେ ଗୈରିକ ରଙ୍ଗର ପତାକା ଉତ୍ତୋଳନ କରିବୁ ।

Share