Categories: ଖେଳ

ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ନିକଟରେ ଭାରତୀୟ କ୍ରିକେଟର୍‌ ବିରାଟ୍‌ କୋହଲି ପିତା ହେବା କଥା ଘୋଷଣା କରିଥିଲେ। ଏବେ ଆଉ ଜଣେ ଲୋକପ୍ରିୟ କ୍ରିକେଟର୍‌ ପିତା ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ବୋଲର୍‌ ଜାହିର୍‌ ଖାନ। ଜାହିରଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ସାଗରିକା ଘାଟଗେ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଅବଶ୍ୟ ଏନେଇ ଉଭୟ ଚୁପ୍‌ ଅଛନ୍ତି। ଜାହିର୍‌ ଖାନ୍‌ ୨୦୧୭ ନଭେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନିକଟରେ ଜାହିର ନିଜର ୪୨ତମ ଜନ୍ମଦିନ ପାଳନ କରିଛନ୍ତି। ସାଗାରିକାଙ୍କ ପୂର୍ବରୁ ଅନେକ ଚଳଚ୍ଚିତ୍ର ଏବଂ ଟିଭି ଅଭିନେତ୍ରୀ ଗର୍ଭବତୀ ଥିବା ଖବର ଆସିଛି। ଅନୁଷ୍କା ଶର୍ମା, କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ, ଅନୀତା ହାସନନ୍ଦାନୀଙ୍କ ପରି ଅନେକ ସେଲବ୍ରିଟି ଗର୍ଭବତୀ ଥିବା ଘୋଷଣା କରିଛନ୍ତି।

Share