ସାଗୁ ଖେଚୁଡ଼ି

ଆବଶ୍ୟକ ସାମଗ୍ରୀ
ସାଗୁ-୧କପ୍‌, ଆଳୁ-୧ଟି (ବଡ଼), ବାଦାମ- ୧କପ୍‌, କଞ୍ଚାଲଙ୍କା- ୨ଟି, ଘିଅ- ୨ ଚାମଚ, ଆବଶ୍ୟକ ଅନୁସାରେ ତେଲ ଏବଂ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ସାଗୁକୁ କିଛି ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ଦିଅନ୍ତୁ। ଭିଜିବା ପରେ ତାକୁ ପାଣିରୁ ଛାଣିଦିଅନ୍ତୁ। ତେବେ ସାଗୁକୁ ଏତେ ଅଧିକ ସମୟ ଭିଜାନ୍ତୁ ନାହିଁ, ଯାହାଫଳରେ ସାଗୁ ଅତ୍ୟଧିକ ନରମ ହୋଇ ମିଳେଇଯିବ। ଏହାପରେ ଆଳୁରୁ ଚୋପା ଛଡ଼ାଇ ତାକୁ ଛୋଟ ଛୋଟ ଖଣ୍ଡକରି କାଟିଦିଅନ୍ତୁ। ଏବେ ବାଦାମମଞ୍ଜିକୁ କଡ଼େଇରେ ଭାଜି ବାହାର କରିଦିଅନ୍ତୁ। ପୁଣି ଥରେ କଡ଼େଇକୁ ଚୁଲିରେ ବସାଇ ସେଥିରେ ଘିଅ ପକାଇ କଞ୍ଚାଲଙ୍କା ଓ ଆଳୁ ପକାଇ ଭାଜନ୍ତୁ। ଲୁଣ ପକାଇ ଆଳୁକୁ କିଛି ସମୟ ଘୋଡ଼ାଇ ଦିଅନ୍ତୁ। ଆଳୁ ସିଝିଗଲା ପରେ ସେଥିରେ ବାଦାମ ଭଜା ଓ ସାଗୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସାଗୁ ଖେଚୁଡ଼ି। ଏଥିରେ ଧନିଆପତ୍ର ପକାଇ ପରଷି ଦିଅନ୍ତୁ।