ସହଦେବ ନାୟକଙ୍କୁ ବିଚ୍‌ ରାସ୍ତାରେ ହାଣିଥିଲେ: ସ୍ତ୍ରୀ ବାରମ୍ବାର କହୁଥିଲେ ସୁଶେଇ ନାୟକଙ୍କୁ ଗିରଫ କର, ଶେଷରେ ବନ୍ଧାହେଲେ….

ଭୁବନେଶ୍ୱର,୧।୩: ବାଣୀବିହାର- ରସୁଲଗଡ଼ ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତଙ୍କୁ ଗିରଫ କରିଛି । ତାଙ୍କୁ କଟକ କାନପୁରରୁ ମଞ୍ଚେଶ୍ବର ପୋଲିସ ଗିରଫ କରିଛି । ସୁଶାନ୍ତ ହତ୍ୟାକାଣ୍ଡ ପରେ ନିଜ ବାଇକ ଛାଡି ପଳାଇଥିଲା । ଏହି ମାମଲାରେ ପୂର୍ବରୁ ୭ ଜଣ ଗିରଫ ହୋଇସାରିଛନ୍ତି ।

କିଛି ଦିନ ତଳେ ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରମା ନାୟକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା । ସହଦେବ ହତ୍ୟାକାଣ୍ଡର ଲେଡି ମାଷ୍ଟରମାଇଣ୍ଡ ଥିଲା ରମା ନାୟକ ।

ଗତ ଜାନୁୟାରୀ ୮ ତାରିଖ ଦିନ ରସୁଲଗଡ଼ ଓଭରବ୍ରିଜରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସକାଳବେଳା ବେଳେ ଲୋକଙ୍କ ଆଖି ସାମ୍ନାରେ ବୀଭତ୍ସ ଭାବେ ସହଦେବ ନାଏକଙ୍କୁ ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ରୂପରେଖ ସଂପର୍କରେ ପୋଲିସ ଆଗରେ ସବୁ ବଖାଣିଥିଲା ଅନ୍ୟତମ ଡ୍ରଗ୍ସ କୁଇନ ଲିପିକା ନାଏକ । ନିଜକୁ ପୁରୁଷ ବେଶରେ ସଜାଇ ସହଯୋଗୀଙ୍କ ସହ ମିଶି ସହଦେବଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲଗା କରିବା ପରେ ହାତ ହତିଆର୍‌ ଧରି ବାଇକରେ ଖସି ପଳାଇଥିଲା ।

ଏନେଇ ମୃତ ସହଦେବଙ୍କ ପତ୍ନୀ କହିଥିଲେ, ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ପୂର୍ବରୁ ଅନେକ ଥର ଧମକ ଚମକ ସହ ୧୦ ତାରିଖରେ ମୁଣ୍ଡ କାଟି ଥାନାରେ ହ୍ୟାଣ୍ଡ ଓଭର୍‌ କରିବୁ ବୋଲି ଚେତାବନୀ ଦେଇଥିଲା ନିଶା କାରବାରରେ ଜେଲ ଯାଇଥିବା ଲିପିକା । ପରେ ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି।