ସହଦେବଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି: ଭାଜପାର ବଡ଼ ଘୋଷଣା

ଭୁବନେଶ୍ୱର, ୧୧ା୧(ସୁନିତ୍‌ ମିଶ୍ର):ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳେ ରସୁଲଗଡ଼ ଫ୍ଲାଏଓଭରରେ ସ୍କୁଟି ଯାଉଥିବାବେଳ ସହଦେବଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୁରୁବାର ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ଏହାର ପାଲଟା ଜବାବରେ ଶୁକ୍ରବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବାବୁ ସିଂ କହିଛନ୍ତି, ସହଦେବଙ୍କ ହତ୍ୟା ସମସ୍ତଙ୍କ ପାଇଁ ଦୁଃଖଦ ଘଟଣା। ତାଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି। ଖୁଣ୍ଟ ପରି ତାଙ୍କ ପରିବାର ସହ ରହିଛୁ। ଦୀର୍ଘ ୩ ଦିନ ହେବ ତାଙ୍କ ପରିବାର ସହ ଆମ ନେତା ଯୋଗାଯୋଗରେ ରହିଛନ୍ତି। ପୋଲିସ ତାଙ୍କ ପରିବାର ଓ ତାଙ୍କ ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ଦାବି ନେଇ କାର୍ଯ୍ୟାନୁଷ୍ଠାନ ନେଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୋଲିସ ବିଭାଗକୁ ଦୋଷୀଙ୍କୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ମଧ୍ୟ ୧୨ ଘଣ୍ଟା ମଧ୍ୟରେ ୫ ଜଣକୁ ଗିରଫକରି ତଦନ୍ତ ଚଳାଇଛି। ଘଟଣାରେ ଯେତେ ବଡ ବ୍ୟକ୍ତି ଥିବେ ତାକୁ ଧରାଯିବ। ଯିଏ ଅପରାଧ କରିବେ ତାଙ୍କୁ ଦଣ୍ଡ ସୁନିଶ୍ଚିତ। ସହଦେବଙ୍କ ସ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଗାମୀ ଦିନରେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାକୁ ନେଇ କଥା ହୋଇଛନ୍ତି ବୋଲି ବାବୁ କହିଛନ୍ତି।
ଆହୁରି କହିଛନ୍ତି, ସହଦେବଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ଅଛନ୍ତି। ପ୍ରବାସୀ ଭାରତୀୟ ସମ୍ମିଳନୀ ଶେଷ ପରେ ମୁଖ୍ୟମନ୍ତ୍ରୀ ସହଦେବଙ୍କ ପରିବାରକୁ ଭେଟିବେ। ରାଜ୍ୟରେ ଆମ ସରକାର ଆସିବା ପରେ ବଡ଼ ବଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶର ନେତୃତ୍ୱ ଆମ ରାଜ୍ୟକୁ ଆସୁଛନ୍ତି, ତାଙ୍କୁ ଆତିଥ୍ୟ ଦେବ ଆମ ଦାୟିତ୍ୱ। ଦୋଷୀକୁ ଦଣ୍ଡଦେବା ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ରାଜନୈତିକ ରୁଟି ସେକିବା ପାଇଁ ବିଜେଡି ଚାହଁୁଛି। ବିଜେଡି ଡବଲ ଷ୍ଟାଣ୍ଡାର୍ଡ କଥା କହୁଛି। ସାଧାରଣ ଲୋକଙ୍କ ଦ୍ୱାରା ସେମାନେ ସମଲୋଚିତ ହେଲେଣି। ଗୋଟେ କୋଟି କ’ଣ ୧୦କୋଟି ଦେଲେ ବି ସହଦେବଙ୍କ ପରିବାରକୁ ତାହା କମ୍‌ ହେବ। କିନ୍ତୁ ଗୋଟେ ସରକାର ୨୪ ବର୍ଷ ରହିଥିବା ବେଳେ ହୋଇଥିବା ହତ୍ୟା ଓ ଡ୍ରେନ୍‌ରେ ପଡ଼ି ମରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କେତେ ଅର୍ଥ ଦିଆଯାଇଛି ବୋଲି କହି ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରତିଶ୍ରୁତି ଦେଇ ମହିଳା ଡାକ୍ତରଙ୍କୁ ବଳାତ୍କାର ଅଭିଯୋଗ; IPS ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ନାଗପୁର,୧୩।୪: ମହାରାଷ୍ଟ୍ରର ନାଗପୁରରେ ମହିଳା ଡାକ୍ତରଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟ IPS ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ...

NIA କଷ୍ଟଡିରେ କେମିତି କଟୁଛି ରାଣାଙ୍କ ଦିନ? କରୁଛନ୍ତି ମାତ୍ର ୩ଟି ଜିନିଷ ଡିମାଣ୍ଡ

ନୂଆଦିଲ୍ଲୀ,୧୩।୪: ଦିଲ୍ଲୀରେ ଜାତୀୟ ତଦନ୍ତ ସଂସ୍ଥା (NIA) ର ହେପାଜତରେ ତହଉର ରାଣା କିପରି ଦିନ ବିତାଉଛନ୍ତି, ଏହା ଏପରି ଏକ ପ୍ରଶ୍ନ ଯାହା ଉପରେ...

ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି: ନଜର ରଖିବ ୪୦ ଡ୍ରୋନ, ୬୦୦ ସିସିଟିଭି

ଭୁବନେଶ୍ୱର,୧୩।୪: ସୋମବାର ପବିତ୍ର ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ଏନେଇ ସବୁଠି ଉତ୍ସବ ମୁଖର। ଶାନ୍ତି ଶୃଙ୍ଖଳାର ସହ କିପରି ହନୁମାନ ଜୟନ୍ତୀ ପାଳନ...

ମେରୁଯାତ୍ରାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼

ଭଞ୍ଜନଗର,୧୩ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ରବିବାର ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହିଭଳି ଭଞ୍ଜନଗର ଅଞ୍ଚଳର ପ୍ରସିଦ୍ଧ ଗାଲେରୀ ଦଣ୍ଡନାଚ ଆଜି...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ମୃତ

ଅମରାବତି,୧୩।୪: ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଏହାକୁ ଅନେକ କିଲୋମିଟର...

‘ରିୟଲ ଟାଇମ ଆକ୍ସନ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି ମମତା’, କାହିଁକି ଏମିତି କହିଲେ ଅନିଲ

କୋଲକାତା,୧୩।୪: ପଶ୍ଚିମବଙ୍ଗରେ ୱକଫ ଆଇନ ବିରୋଧରେ ହେଉଥିବା ପ୍ରତିବାଦ ଉପରେ ପ୍ରତିକ୍ରିୟା ଦେଇ ହରିୟାଣା କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ ଏଥିପାଇଁ ସେଠାକାର ସରକାରଙ୍କ ଭୋଟ...

ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱରଜୀଉଙ୍କ ପାଟ ଉତ୍ସବ: ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ,୧୩ା୪(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱ ପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ରବିବାର ପ୍ରତିକୂଳ ପାଗ ସତ୍ତ୍ୱେ ଧର୍ମୀୟ...

‘କ୍ୟାନସର ହୋଇଥାଇପାରେ, କିଡ୍‌ନୀ ବି ଠିକ ନାହିଁ…’, ୩୩ ପ୍ରକାର ରୋଗର ବାହାନା କରିଥିଲେ ତହଉର ରାଣା

ନୂଆଦିଲ୍ଲୀ,୧୩।୪: ଆତଙ୍କବାଦୀ ତହଉର ରାଣା କୌଣସି ପରିସ୍ଥିତିରେ ଭାରତ ଆସିବାକୁ ଚାହୁଁ ନଥିଲେ। ଏଥିପାଇଁ ସେ ପ୍ରତ୍ୟେକ ପ୍ରକାରର କୌଶଳ ଚେଷ୍ଟା କରିଥିଲେ। କିନ୍ତୁ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image